Odisha News

ରାଜ୍ୟରେ ୯୩୯ ଟି କେନ୍ଦ୍ରରେ ୧୫ ରୁ ୧୮ ବର୍ଷ ବୟସ୍କଙ୍କୁ ଚାଲିଛି ଟିକାକରଣ, ସୁବିଧା ଥିଲେ ସ୍କୁଲରେ କରାଯିବ ଟିକାକରଣ

ଭୁବନେଶ୍ବର ୩/୧: ୧୫ ରୁ ୧୮ ବର୍ଷ କିଶୋରଙ୍କ ଟିକାକରଣ ଆରମ୍ଭ ହୋଇଛି। ଜାନୁଆରୀ ୧ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା। ୩୧୯୩ ଟୀକାକରଣ କେନ୍ଦ୍ରରେ ଟିକାକରଣ କରାଯିବ। କେବଳ ୯୩୯ କେନ୍ଦ୍ରରେ ୧୫ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଚାଲିଛି। ଏଥିପାଇଁ ପିଲାମାନେ ଅନଲାଇନ ପଞ୍ଜିକରଣ କରିଥିଲେ।
ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ପିଲାମାନେ ସିଧାସଳଖ ଆସି ବି ଟିକା ନେଇପାରିବେ। ଯେଉଁମାନେ ଅନଲାଇନ ପଞ୍ଜିକରଣ କରିନାହାନ୍ତି, ସେମାନଙ୍କୁ ଅନ ସାଇଟ ପଞ୍ଜିକରଣ କାରାଯାଇ ଟିକା ଦିଆଯିବ। ସମସ୍ତ କୋଭିଡ ନିୟମ ମାନିବା କୁ ପରାମର୍ଶ ଦିଆଯାଇଛି। କୌଣସି ପାର୍ଶ୍ଵ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ଯେଉଁମାନଙ୍କର ପରୀକ୍ଷା ଅଛି ସେମାନଙ୍କୁ ପରୀକ୍ଷା ପରେ ଟିକା ଦିଆଯିବ। ସକାଳୁ ବର୍ତ୍ତମାନ ସୁଦ୍ଧା ୧୮୮୨ ଜଣ ୧୫ ରୁ ୧୮ ବର୍ଷ ପିଲା ଟିକା ନେଇ ସାରିଲେଣି।

ଗତକାଲି ଶିକ୍ଷା ବିଭାଗ ସହ ବୈଠକରେ ନିଷ୍ପତ୍ତି ହୋଇଛି ଶିକ୍ଷକମାନେ ପିଲା ଓ ଅଭିଭାବକଙ୍କୁ ସଚେତନ କରିବେ। ପିଲାମାନଙ୍କୁ କୋଭାକ୍ସିନ ଟିକା ଦିଆଯିବ, ଯାହାକି ସମ୍ପୂର୍ଣ୍ଣ ନିରାପଦ। ପ୍ରତି ସ୍କୁଲ ମଧ୍ୟ ୧୫ ରୁ ୧୮ ବର୍ଷ ପିଲାଙ୍କ ଏକ ତାଲିକା ପ୍ରସ୍ତୁତ କରିବେ। ଯେଉଁ ସ୍କୁଲ ଭିତ୍ତିଭୂମି ଠିକ ଅଛି କିମ୍ବା ପରୀକ୍ଷା ନାହିଁ ସେହି ସ୍କୁଲରେ ଟିକାକରଣ କେନ୍ଦ୍ର କରିପାରିବେ। ଆଜି ବି ବହୁ ସ୍କୁଲରେ ଟିକାକରଣ କେନ୍ଦ୍ର କରାଯାଇଛି।

Related Posts

Seo wordpress plugin by www.seowizard.org.