Odisha News

ରାଜ୍ୟରେ ବଢ଼ିବାରେ ଲାଗିଛି ଶୀତର କୋପ, ଲଘୁଚାପ ପ୍ରଭାବରେ ୨୧ ତାରିଖ ବେଳକୁ ବର୍ଷା ଆରମ୍ଭ

ଭୁବନେଶ୍ୱର,୧୮/୧୧: ରାଜ୍ୟରେ ଧୀରେ ଧୀରେ ପାରଦ ଖସୁଥିବା ବେଳେ ବଢ଼ିବାରେ ଲାଗିଛି ଶୀତର କୋପ। ଶୀତର କୋପରେ ଥରହର ହେଉଥିବା ରାଜ୍ୟବାସୀଙ୍କୁ ଏବେ ଘାରିଲାଣି ବର୍ଷା ଭୟ। ପାଣିପାଗ ବିଭାଗ ସୂଚନା ଅନୁସାରେ, ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨୧ ତାରିଖ ବେଳକୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ପାଣିପାଗକେନ୍ଦ୍ର ସୂଚନା ଅନୁସାରେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଆସନ୍ତକାଲି ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳର ମଧ୍ୟଭାଗରେ ଏକ ଅବପାତର ରୂପନେବ। ଏହାସହ ପରବର୍ତ୍ତୀ ୩ ଦିନ ଯାଏ ତାମିଲନାଡୁ-ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳମୁହାଁ ହେବାର ସମ୍ଭାବନା ରହିଛି।ୟଗ୍ଦ ଭଚ୍ଚ
ଏହାର ପ୍ରଭାବରେ ୨୧ ତାରିଖ ବେଳକୁ ଓଡ଼ିଶାର କେତୋଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେସବୁ ଜିଲ୍ଲା ଗୁଡ଼ିକ ହେଉଛି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି ଓ କୋରାପୁଟ।
ଏହି ୫ଟି ଜିଲ୍ଲା ମଧ୍ୟରୁ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Related Posts

Seo wordpress plugin by www.seowizard.org.