Odisha News

ରାଜ୍ୟରେ ପୁଣି ୪୬୯ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦କୁ ବୃଦ୍ଧି

ଭୁବନେଶ୍ବର,୫/୭: ରାଜ୍ୟରେ ରବିବାର ଦିନ ପୁଣି ୪୬୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୪୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧୫୨ ରହିଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୭୦ ରେ ପହଞ୍ଚିଛି।
ଆଜି ୨୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୬, କଟକରୁ ୯୪, ସୁନ୍ଦରଗଡ଼ରୁ ୬୬, ଖୋର୍ଦ୍ଧାରୁ ୨୭ ଚିହ୍ନଟ, ଯାଜପୁର ଓ କେନ୍ଦୁଝରରୁ ୨୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ, ନୟାଗଡ଼ରୁ ୨୪, ଭଦ୍ରକରୁ ୧୬, ସମ୍ବଲପୁରରୁ ୧୩, ଗଜପତିରୁ ୧୨, ଅନୁଗୁଳରୁ ୧୧ ବାଲେଶ୍ବର ଓ ପୁରୀରୁ ୮ ଜଣ ଲେଖାଏଁ , ମୟୂରଭଞ୍ଜରୁ ୬, କେନ୍ଦ୍ରାପଡ଼ାରୁ ୫, ବଲାଙ୍ଗିରରୁ ୩, କଳାହାଣ୍ଡି ଓ ନବରଙ୍ଗପୁରରୁ ୨ ଜଣ ଲେଖାଏଁ , କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏମାନଙ୍କ ଭିତରେ ୪ଜଣ ଅମ୍ଫାନ ବାତ୍ୟାର ଉଦ୍ଧାର କାର‌୍ୟ୍ୟରେ ନିୟୋଜିତ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା କର୍ମଚାରୀ ଥିବା ଜଣାଯାଇଛି।
ଏବେ ରାଜ୍ୟରେ ମୋଟ୍ ୫୯୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୯୦ ରହିଛି।

Related Posts

Seo wordpress plugin by www.seowizard.org.