ରାଜ୍ୟରେ ତଳ ମୁହାଁ ପାରଦ, ୧୫ ତାରିଖ ଯାଏଁ ରହିବ ଶୀତର ପ୍ରଭାବ

ଭୁବନେଶ୍ୱର,୧୨/୧୨: ଏବେ ରାଜ୍ୟରେ ଶୀତର ପ୍ରକୋପ ବଢ଼ୁଥିବାର ଦେଖିବାକୁ ମିଳିଛି। ଗତକାଲି ରାତିରେ ବିଭିନ୍ନ ସ୍ଥାନର ତାପମାତ୍ରା ତଳକୁ ଖସିଥିବା ଦେଖିବାକୁ ମିଳିଥିଲା। ଏବର୍ଷ ପ୍ରଥମ ଥର ରାଜଧାନୀ ଭୁବନେଶ୍ୱର ଓ କଟକର ରାତ୍ରି ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା।
କଟକରେ ରାତ୍ରି ତାପମାତ୍ରା ୧୪.୫ ଡିଗ୍ରି ଓ ଭୁବନେଶ୍ୱରର ରାତ୍ରି ତାପମାତ୍ରା ୧୪.୬ ଡିଗ୍ରି ରେକର୍ଡ କରାଯାଇଛି। ତେବେ କେନ୍ଦୁଝର ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପରିଗଣିତ ହୋଇଛି। ଏଠଶରେ ଗତ ରାତିରେ ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରି ରେକର୍ଡ ହୋଇଛି।
ଏଣେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରେକର୍ଡ ହୋଇଛି। ଏଣେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରେକର୍ଡ କରାଯାଇଛି। ଯଶିପୁରରେ ୧୨ ଡିଗ୍ରି ରେକର୍ଡ ହୋଇଛି।