Odisha News

ରାଜ୍ୟରେ ଜାରୀ ରହିଛି ଲଗାଣ ବର୍ଷା,ଆସନ୍ତା ୧୨ ତାରିଖ ଯାଏଁ ପାଗରେ ହେବ ନାହିଁ ପରିବର୍ତ୍ତନ

ଭୁବନେଶ୍ୱର, ୯/୭ : ଆସନ୍ତା ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ । ୧୨ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୧୨ ତାରିଖ ଯାଏ ଅନ୍ୟ ଜିଲ୍ଲାରେ ବି ଅଧିକ ବର୍ଷିବ ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ ଦେଇଛି। ୯ ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଭଳି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।
୧୦ ଓ ୧୧ରେ ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
୧୨ରେ ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଶୁକ୍ରବାର କୋରାପୁଟରେ ମିଲିମିଟର, ୭୨ ଯାଜପୁରରେ ୪୩ ମିମି, ମାଲକାନଗିରିରେ ୩୪.୮ମିମି, ଫୁଲବାଣୀରେ ୨୪, ଟିଟିଲାଗଡରେ ୨୦, ଢେଙ୍କାନାଳରେ ୨୧.୪, ନବରଙ୍ଗପୁରରେ ୧୩.୨ ମିମି ବର୍ଷା ହୋଇଛି ।

Related Posts

Seo wordpress plugin by www.seowizard.org.