Odisha News

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସେମାନଙ୍କ ମଧ୍ୟରୁ ୪୪ ଜଣ ୦-୧୮ ବର୍ଷ ବୟସ

ଭୁବନେଶ୍ବର, ୨୪/୮: ବୁଧବାର ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୪ ଜଣ ୦-୧୮ ବର୍ଷ ବୟସ ମଧ୍ୟରେ ଅଛନ୍ତି। ସଂଗରୋଧ କେନ୍ଦ୍ରରୁ ୧୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୧୨୨ ଜଣ।
ଅନୁଗୁଳ ଜିଲ୍ଲାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୪ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୨୧ ଜଣ, ବୌଦ୍ଧରୁ ୨ ଜଣ, କଟକରୁ ୨୦ ଜଣ, ଦେବଗଡ଼ରୁ ୨ ଜଣ, ଢେଙ୍କାନାଳରୁ ୨ ଜଣ, ଗତପତିରୁ ୬ ଜଣ, ଜଗତ୍ସିଂହପୁରରୁ ୩ ଜଣ, ଝାରସୁଗୁଡ଼ାରୁ ୬ ଜଣ ଓ ଯାଜପୁରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କଳାହାଣ୍ଡିରୁ ୨୩ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୫ ଜଣ, ଖୋର୍ଦ୍ଧାରୁ ୬୩ ଜଣ, କୋରାପୁଟରୁ ୨ ଜଣ, ମୟୂରଭଞ୍ଜରୁ ୧୭ ଜଣ, ନବରଙ୍ଗପୁରରୁ ୭ ଜଣ, ନୟାଗଡ଼ରୁ ୭ ଜଣ, ନୂଆପଡ଼ାରୁ ୬ ଜଣ, ପୁରୀରୁ ୩ ଜଣ, ରାୟଗଡ଼ାରୁ ୩ ଜଣ, ସମ୍ବଲପୁରରୁ ୧୩ ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୪୪ ଜଣ ଓ ଷ୍ଟେଟ୍ପୁଲ୍ରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭ୍ ସଂଖ୍ୟା ୧୩୨୫୬୭୭ରେ ପହଞ୍ଚିଥିବା ବେଳେ ଏବେ ବି ସକ୍ରିୟ ଅଛନ୍ତି ୨୧୯୭ ଜଣ।

Related Posts

Seo wordpress plugin by www.seowizard.org.