Odisha News

ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୧୨୪ କରୋନା ପଜିଟିଭ୍ ଚିହ୍ନଟ, ଜଣେ ମୃତ

ଭୁବନେଶ୍ବର,୨୫/୧୨: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୭ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧ ଜଣ ଆକ୍ରାନ୍ତ ହୋଇଛନ୍ତି । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାର ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨ ଜଣ, ବାଲେଶ୍ବର ଜିଲ୍ଲାରୁ ୩ ଜଣ, ବରଗଡ଼ରୁ ୬ ଜଣ, ଭଦ୍ରକରୁ ୩ ଜଣ, ବଲାଙ୍ଗୀରରୁ ୧ ଜଣ, କଟକରୁ ୮ ଜଣ, ଦେବଗଡ଼ରୁ ୨ ଜଣ, ଗଜପତିରୁ ୩ ଜଣ, ଜଗତସିଂହପୁରରୁ ୧ ଜଣ, ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୧ ଜଣ, ଖୋର୍ଦ୍ଧାରୁ ୬୧ ଜଣ, ମୟୂରଭଞ୍ଜରୁ ୨ ଜଣ, ନୟାଗଡ଼ରୁ ୧ ଜଣ, ନୂଆପଡ଼ାରୁ ୨ ଜଣ, ପୁରୀରୁ ୨ ଜଣ, ସମ୍ୱଲପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୨ ଜଣ ଓ ଷ୍ଟେଟ ପୁଲରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର‌୍ୟ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୫୩ ହଜାର ୭୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୩ ହଜାର ୬୦୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧ ହଜାର ୬୬୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Related Posts

Seo wordpress plugin by www.seowizard.org.