Odisha News

ରାଜ୍ୟରେ ଆହୁରି ୫ଦିନ ତାତି ଜାରି ରହିବ, ଅଧିକାଂଶ ସ୍ଥାନରେ ୪୦ଡିଗ୍ରୀ ପାର୍

ଭୁବନେଶ୍ୱର ୧୮/୪ : ଗ୍ରୀଷ୍ମ ଜ୍ୱାଳା ଥଣ୍ଡା ପଡ଼ିବାର ନାଁ ନେଉନି । ଦିନକୁ ଦିନ ତାତିର ପ୍ରକୋପ ଆହୁରି ପ୍ରଚଣ୍ଡ ହେଉଛି । ରାଜ୍ୟରେ ଆହୁରି ୫ଦିନ ତାତି ଜାରି ରହିବ । ଅଧିକାଂଶ ସ୍ଥାନରେ ଏହା ୪୦ଡିଗ୍ରୀ ପାର୍ କରିବ ।
ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି ।
ସେପଟେ ନିଅଣ୍ଟିଆ ବର୍ଷା ସ୍ଥିତିକୁ ନେଇ ପାଣିପାଗ ବିଭାଗର ପରିସଂଖ୍ୟାନ ଚିନ୍ତାଜନକ । ମାର୍ଚ୍ଚ ୧ ତାରିଖରୁ ଏପ୍ରିଲ ୧୭ ତାରିଖ ଭିତରେ ୯ଟି ଜିଲ୍ଲାରେ ଆଦୌ ବର୍ଷା ହୋଇନି ।
ଏହି ସମୟ ଭିତରେ କିଛି ଅଞ୍ଚଳକୁ ମିଶାଇ ମାତ୍ର ୬.୩ ମିଲିମିଟର ବର୍ଷା ହୋଇଛି । ପ୍ରାୟ ୮୪% ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ।
ରବିବାର ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ତାତିର ପ୍ରକୋପ ବେଳେ ରାଜ୍ୟରୁ ବର୍ଷା ଗାଏବ ହୋଇଯାଇଛି । ନିଅଣ୍ଟିଆ ବର୍ଷା ସ୍ଥିତି ଉତ୍କଟ ରୂପ ନେଲାଣି ।
ରବିବାର ସୋନପୁରର ତାପମାତ୍ରା ସର୍ବାଧିକ ୪୩.୨ ଡିଗ୍ରୀ ରହିଛି । ଅନୁଗୁଳର ୪୩.୧, ଝାରସୁଗୁଡ଼ାର ୪୨.୯, ବଲାଙ୍ଗୀରର ୪୨.୪, ବୌଦ୍ଧର ୪୨, ପାରଳାଖେମୁଣ୍ଡିରେ ୪୧, ସମ୍ବଲପୁରର ୪୦.୮, ଭବାନୀପାଟଣାରେ ୪୦.୬, ଟିଟିଲାଗଡ଼ର ୪୦.୫, ହୀରାକୁଦର ୪୦.୩, ବାରିପଦାର ୪୦ ଓ ଛତ୍ରପୁରର ତାପମାତ୍ରା ୪୦ଡିଗ୍ରୀ ରେକର୍ଡ ହୋଇଛି ।

Related Posts

Seo wordpress plugin by www.seowizard.org.