Odisha News

ରାଜ୍ୟପାଳଙ୍କ ବୌଦ୍ଧ ଜିଲ୍ଲାଗସ୍ତ :ଯୋଜନାର ଲାଭ ଲୋକଙ୍କ ନିକଟକୁ ନପହଂଚିବା ଯାଏଁ ଭାରତ ବିକାଶ ଅସମ୍ଭବ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୧: ଓଡିଶାର ରାଜ୍ୟପାଳ ରଘୁବର ଦାସ ଆଜି ଦିନିକିଆ ବୌଦ୍ଧଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ସ୍ଥାନିୟ ଟାଉନହଲ ଠାରେ କୃଷି ଓ କୃଷକ ବିଭାଗ ପକ୍ଷରୁ ଅନୁଷ୍ଠିତ ଚାଷୀ ସମାବେଶରେ ଯୋଗଦେଇ ଯୋଜନାର ଲାଭ ଲୋକଙ୍କ ନିକଟକୁ ନପହଂଚିବା ଯାଏଁ ଭାରତ ବିକାଶ ଅସମ୍ଭବ ବୋଲି ପ୍ରକାଶ କରିଥିଲେ । କୃଷି ହେଉଛି ଆମ ସଂସ୍କୃତି ଓ ଅର୍ଥନିତିର ଭିତ୍ତି ।
ବିକଶିତ ଭାରତର ଅଧାର ହେଉଛି ଗାଁ । ଉଭୟ ଗାଁ ଓ ଚାଷୀଙ୍କ ବିକାଶ ହେବ ବିକଶିତ ଭାରତର ସୂତ୍ର ବୋଲି କହିଥିଲେ । ଏହା ସହିତ ଦେଶର ସତୁରୀ ପ୍ରତିଶତ ଲୋକ ଗ୍ରାମରେ ବସବାସ କରୁଛନ୍ତି । ସେମାନଙ୍କର ମୁଖ୍ୟ ପେଷା ଚାଷ ବୋଲି କହିବା ସହିତ ଚାଷୀମାନେ ଉନ୍ନତ ଟେକନଲୋଜିର ବ୍ୟବହାର ସହ ଜୈବିକ ସାର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ଯୋଜନା ବହୁତ ଚାଷୀ ଯୋଡି ହୋଇନଥିବା ଏହାର ଲାଭ ନେବାକୁ କୃଷି କାର୍ଯ୍ୟାଳୟରେ ପଂଜିକରଣ କରାଇବାକୁ ଚାଷୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କେତେ ଚାଷୀ କରିଛନ୍ତି ବୋଲି ଚାଷୀଙ୍କୁ ପଚାରିବାରୁ ବହୁତ କମ ସଂଖ୍ୟକ ଚାଷୀ ହାତ ଉଠାଇ ଥିଲେ । ବହୁତ ସରକାରୀ ଯୋଜନା ସଂପର୍କରେ ଗରୀବ ,ଚାଷୀ ଜାଣି ପାରୁନାହାନ୍ତି ।
ଯେଉଁସବୁ ଯୋଜନା ଗରୀବ, ଚାଷୀ, ଗାଁ ପାଇଁ କରାଯାଇଛି ତାହା ପ୍ରକୃତରେ ସେମାନଙ୍କ ପାଖରେ ପହଂଚି ଛିକି ନାହିଁ ତାହାକୁ ଦେଖିବାକୁ ମୁଁ ଗାଁ ଗାଁ ବୁଲୁଛି । ଏହି ସବୁ ଯୋଜନା ସେମାନଙ୍କର ହକ ବୋଲି କହିଥିଲେ । ସରକାରୀ ଯୋଜନାର ସୁବିଧା ତୁରନ୍ତ ନେବାକୁ ଚାଷୀଙ୍କୁ କହିଥିଲେ । ବିକଶିତ ଭାରତ ନିର୍ମାଣରେ ସହଯୋଗ କରିବାକୁ ହେଲେ ରାସାୟନିକ ପଦ୍ଧତିରେ ଚାଷ ନ କରିବାକୁ ସଂକଳ୍ପ ନେବାକୁ ଚାଷୀଙ୍କୁ କହିଥିଲେ ।
ଏହାଦ୍ୱାରା ଚାଷଜମି ବଂଜର ହୋଇଯିବ । ପ୍ରାକୃତିକ ଚାଷ କରି ଆତ୍ମ ନିର୍ଭର ହୋଇପାରିବା । ପଶୁ ପାଳନ ଉପରେ ଗୁରୁତ୍ୱ ଦେବାକୁ ଚାଷୀଙ୍କୁ ପରାମର୍ଶ ଦେଇଥିଲେ । ଉନ୍ନତ କୃଷକ ହେବା ପାଇଁ ଆଧୁନିକ ପଦ୍ଧତିରେ ଚାଷ କରି ଜରୁରୀ । ଉଠାଜଳ ସେଚନ ଉପରେ ଗୁରୁତ୍ୱ ଦେଇ କହିଲେ ଜଳସେଚନ ପାଇଁ ବଡ ବଡ ଯୋଜନା କରି ଅଧିକ ଅର୍ଥ ଖର୍ଚ୍ଚ କରାଯାଉଛି । ଏହା କାର୍ଯ୍ୟ ଦୀର୍ଘ ଦିନ ଧରି ଚାଲୁଛି ।
ଯଦି ଜଳ ସେଚନ ପାଇଁ ଛୋଟ ଛୋଟ ଯୋଜନା କରାଯିବ ତାହାର ସୁବିଧା ତୁରନ୍ତ ମଳିବ ବୋଲି କହିଥିଲେ । ଓଡିଶାରେ ଅଣଚାଷ ପ୍ରତିଶତ ପିଲା ସ୍କୁଲ ଛାଡୁ ଛନ୍ତି । ପିଲାମାନଙ୍କୁ କିପରି ସ୍କୁଲ ଆସିବେ ତାହା କେବଳ ସରକାରଙ୍କ ଦାୟୀତ୍ୱ ନୁହେଁ ଏହା ଆମର କର୍ତ୍ତବ୍ୟ ରହିଛି ବୋଲି ରାଜ୍ୟପାଳ କହିଥିଲେ । ଏହି ସମୟରେ ଚାଷୀନେତା ବିଶିକେଶନ ପ୍ରଧାନ ମଣ୍ଡିରେ ହେଉଥିବା ଅବ୍ୟବସ୍ଥା ସଂପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଚାଷୀନେତା ସୂର୍ଯ୍ୟନାରାୟଣ ମହାପାତ୍ର ଓ ସାମ୍ପୋଚ ଗ୍ରାମର ଦିଲ୍ଲିପ ପ୍ରଧାନ ଜଳସେଚନ ସମସ୍ୟା ଉପରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଛତନିଆକଟା ଗ୍ରାମର ଚାଷୀ ଘାସିରାମ ପ୍ରଧାନ ଶୀତଳ ଭଣ୍ଡାର ନଥିବାରୁ ଚାଷୀ କିଭଳି ସମସ୍ୟାର ସମ୍ମୁଖୀନ ହେଉଛି ସେନେଇ ରାଜ୍ୟପାଳଙ୍କୁ କହିଥିଲେ । ରାଜ୍ୟପାଳ ଚାଷୀଙ୍କ ସମସ୍ୟା ଗୁଡିକ ଶୁଣି ଏହାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ସମସ୍ୟାର ସାମଧାନ ପାଇଁ ପ୍ରୟାସ କରିବି ବୋଲି ଆଶ୍ୱାସନା ଦେଇଥିଲେ । ରାଜ୍ୟପାଳଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ଆରକ୍ଷୀଅଧିକ୍ଷକ ରାଜ ପ୍ରସାଦ ଉପସ୍ଥିତଥିଲେ ।
ଏଆରସିଏସ ହାଡିବନ୍ଧୁ ମହାକୁଡ ମଂଚ ପରିଚାଳନା କରିଥିଲେ । ରାଜ୍ୟପାଳ ଶ୍ରୀ ଦାସ ପ୍ରଥମେ ବୌଦ୍ଧ ବ୍ଲକ ବଢିଗାଁ ପଂଚାୟତର ଇଛାପୁର ଗ୍ରାମକୁ ଯାଇ ସେଠାରେ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି । ସେଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସହିତ କିଛି ସମୟ ବିତାଇ ଥିବା ବେଳେ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ସହିତ ଆଲୋଚନା କରିଥିଲେ । ସେଠାରୁ ବାଉଁଶୁଣୀ ପଂଚାୟତ କାର୍ଯ୍ୟାଳୟ ଠାରେ ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳାଙ୍କ ସହିତ ଆଲୋଚନା କରିଥିଲେ । ସେଠାରୁ ଆସି ସରଣ୍ଡା ଗ୍ରାମ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।
ବୌଦ୍ଧରେ ବିଜେଡିର ଘରକୁ ଘର ଶଙ୍ଖ କାର୍ଯ୍ୟକ୍ରମର ଶୁଭାରମ୍ଭ
ବୌଦ୍ଧ,୨୫/୧: ବୌଦ୍ଧଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ଘରକୁ ଘର ଶଙ୍ଖ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଜଙ୍ଗଲ ଓ ପରିବେଶ, ପଂଚାୟତରାଜ, ପାନୀୟଜଳ, ସୁଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ମନ୍ତ୍ରୀ ଶ୍ରୀ ଅମାତ ପ୍ରଥମେ ବୌଦ୍ଧଗଡ ବିଜ୍ଞପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ରଙ୍କ ଘରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମନ୍ତ୍ରୀ ଶ୍ରୀ ଅମାତ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କ ସହିତ ଆଲୋଚନା କରି ବିଜ୍ଞାପିତ ଅଞ୍ଚଳର ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚି ଆଲୋଚନା କରିବା ସହିତ ରାଜ୍ୟ ସରକାରଙ୍କ ସଫଳତାର ବାର୍ତା ପ୍ରଦାନ କରିବା ଏବଂ ପରିବାରର ସହମତି ଭିତିରେ ଘର ସମ୍ମୁଖ କାନ୍ଥରେ ଶଙ୍ଖ ଚିହ୍ନ ଲଗାଇବାକୁ ପରାମର୍ଶ ଦେଇଥିଲେ ।
ଗତ ନିର୍ବାଚନ ଗୁଡିକରେ ସହରାଞ୍ଚଳରେ ଦଳ ଯେଉଁଭଳି ଭାବରେ ପ୍ରଦର୍ଶନ କରିଛି ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିକାଶମୂଳକ କାର୍ଯ୍ୟକ୍ରମ ଆଧାରରେ ଲୋକମାନଙ୍କ ଆସ୍ଥାଭାଜନ ହେବା ସହିତ ଦଳୀୟ ସ୍ଥିତିକୁ ଅଧିକ ମଜଭୁତ କରିବାକୁ ମନ୍ତ୍ରୀ ଶ୍ରୀଅମାତ ପରାମର୍ଶ ଦେଇଥିଲେ ।
ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ଚିତରଂଜନ କର୍ଣ୍ଣ ,ଏନଏସି ଉପାଧ୍ୟକ୍ଷା ସୁଭାସିନୀ ସେଠୀଙ୍କ ସମେତ ବହୁ ସଂଖ୍ୟାରେ ଯୁବ ଓ ମହିଳା କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ । ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷ ଶ୍ରୀମିଶ୍ରଙ୍କ ଘର ସମ୍ମୁଖରେ ମନ୍ତ୍ରୀ ଶ୍ରୀଅମାତ ଶଙ୍ଖଚିହ୍ନର ପୋଷ୍ଟର ଲଗାଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହିତ ବସ୍ତିର ବିଭିନ୍ନ ପରିବାର ନିକଟରେ ପହଞ୍ଚି ସେମାନଙ୍କ ଘର ସମ୍ମୁଖରେ ଶଙ୍ଖଚିହ୍ନର ପୋଷ୍ଟର ଲଗାଯାଇଥିଲା ।
ଏହି କାର୍ଯ୍ୟକ୍ରମ ଅବସରରେ ବିଜେଡିର ଅନେକ ଯୁବ ଓ ମହିଳା କର୍ମୀ ସାମିଲ ହୋଇ ବିଭିନ୍ନ ୱାର୍ଡ ବୁଲି ଘରକୁ ଘର ଶଙ୍ଖ ପୋଷ୍ଟର ଲଗାଇବା ସହ ରାଜ୍ୟ ସରକାରଙ୍କ ସଫଳ ଶାସନର ବାର୍ତା ପ୍ରଦାନ କରିଥିଲେ ।
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ନୂଆ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ
ବୌଦ୍ଧ,୨୫/୧: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ନୂଆ ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ବୁଧବାର ଦିନ ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳର ପରିଷଦର ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର ଯୋଗ ଦେଇ ଜଣେ ଛାତ୍ର ନିଜ ମାତୃଭାଷା ଓଡିଆ ପ୍ରତି ସମ୍ମାନବୋଧ କିଭଳି ହେବା ଆବଶ୍ୟକ ସେ ନେଇ ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥିଭାବେ ଜଗନ୍ନାଥ ସଂସ୍ମୃତିର ଆଲୋଚକ ସଚ୍ଚିଦାନନ୍ଦ ମହାପାତ୍ର ଜଗନ୍ନାଥ ସଂସ୍ମୃତି ପ୍ରତି ଯୁବ ପିଢିର ଆର୍କଷଣ ଉପରେ ଆଲୋଚନା କରିଥିଲେ ।
ନୂଆ ଓ ର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଡ, ସୁଜାତା ସାହୁ ପ୍ରତିଯୋଗିତା ଓ ଛାତ୍ର ବୌଦ୍ଧିକ ବିକାଶ ଉପରେ ବକ୍ତବ୍ୟ ଉପରେ ମତ ରଖିଥିଲେ । ଅନ୍ୟତମ କାର୍ଯ୍ୟର୍ନିବାହୀ ଅଧିକାରୀ ଡ. ଶରତ ଚନ୍ଦ୍ର ପତି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ବିବରଣୀ ପାଠ କରିଥିଲେ । ଅଧ୍ୟାପକ ଅଜିତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଶେଷର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ପ୍ରତାପ ରଥ ଧନ୍ୟବାଦ ପ୍ରଦାନ କରିଥିଲେ ।
ଉଠାଜଳସେଚନ ବିଭାଗ ପକ୍ଷରୁ ପାଣିପଞ୍ଚାୟତ ପକ୍ଷ ପାଳିତ
ବୌଦ୍ଧ,୨୫/୧: ବୌଦ୍ଧ ଜିଲ୍ଲା ଉଠାଜଳସେଚନ ବିଭାଗ ପକ୍ଷରୁ ବୁଧବାର ଦିନ ବନ୍ୟା ଆଶ୍ରୟସ୍ଥଳି ଠାରେ ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ଚାଷୀ ମାନଙ୍କୁ କୃଷି ଭିତ୍ତିକ ସରକାରୀ ଯୋଜନା ଉପରେ ଅବଗତ କରାଇଥିଲେ ।
ସମ୍ମାନୀତ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ , ବୌଦ୍ଧଗଡ ଏନଏସି ଅଧ୍ୟକ୍ଷା ମୃତ୍ୟୁଂଜୟ ମିଶ୍ର , ବୌଦ୍ଧ ସେବା ସମବାୟ ବ୍ୟାଙ୍କ ସଭାପତି ଅରୁଣ ପ୍ରଧନ ଯୋଗ ଦେଇଥିଲେ । ସଭାରେ ଉଠାଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ସେଲାଇ ନାଏକ ଅଧ୍ୟକ୍ଷତା କରିଥିଲେ ।
ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଯୋଗିନ୍ଦ୍ରନାଥ ରଥ ମଞ୍ଚ ପରିଚାଳନା କରିଥିଲେ । ଇଂ ହେମ୍ରମ ମୁର୍ମୁ, ଇଂ ବିଶ୍ୱଜିତ ପଣ୍ଡା, ଇଂ ଗଣପତି ରାୟ, ଶ୍ରୀକାନ୍ତ ମହାରଣା, ଉପେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଛାତ୍ର ଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
ଜିଲ୍ଲାରେ ୧୦ ଟି ୫ – ଟି ସ୍କୁଲ୍ ର ଶୁଭ ଉଦଘାଟନ
ବୌଦ୍ଧ,୨୫/୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟା ୫ ଘଟିକା ସମୟରେ ଆଭାସି ଜରିଆରେ ବୌଦ୍ଧ ଜିଲାର ୧୦ ଟି ୫-ଞ ହାଇସ୍କୁଲର ଶୁଭ ଉଦ୍ଘାଟନ କରିଛନ୍ତି । ଜିଲାର ତିନୋଟି ବ୍ଲକର ୧୦ ଟି ହାଇସ୍କୁଲ କୁ ୫- ଟି ଯୋଜନାରେ ରୂପାନ୍ତରଣ କରାଯାଇଛି କ୍ଷ ଅବହେଳିତ ହୋଇରହିଥିବା ଏହି ୨୩ ଟି ହାଇସ୍କୁଲର ୫-ଞ ଯୋଜନାରେ ରୂପାନ୍ତରଣ କରାଯିବା ପରେ ଛାତ୍ରଛାତ୍ରୀମାନେ ଉନ୍ନତମାନର ଶିକ୍ଷା ସୁବିଧା ପାଇପାରିବେ । ୫-ଟି ରୂପାନ୍ତରଣ ରେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ, ସାଇନ୍ସ ଲାବୋରୋଟରି ,ବେଡ଼ ମିଟନ ପଡ଼ିଆ ଓ ବିଦ୍ୟାଳୟର ଅନ୍ୟାନ୍ୟ ସୌନ୍ଦର‌୍ୟ୍ୟ କରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଭାସି ଜରିଆରେ ଜିଲାର ୧୦ ଟି ୫- ଟି ହାଇସ୍କୁଲର ଉଦ୍ଘାଟନ କରିଛନ୍ତି ।
ପଂଚାୟତ ହାଇସ୍କୁଲ ଟୁଟୁସିଙ୍ଗା ଠାରେ ଜିଲ୍ଲା ସ୍ତରୀୟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଂଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗ ଦେଇଥିଲେ ।
ସମ୍ମାନୀତ ଅତିଥି ଭାବେ କଣ୍ଟାମାଲ ବିଧାୟକ ମହୀଧର ରଣା, ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ଯୋଗ ଦେଇଥିଲେ । ଟୁଟୁସିଙ୍ଗା ହାଇସ୍କୁଲ ର ନବମ ଶ୍ରେଣୀ ଛାତ୍ରୀ ଭାବନା ଧଳ ତାଙ୍କର ୫-ଟି ହାଇସ୍କୁଲ ହେବାପରେ ବହୁତ ସୁବିଧା ପାଇ ବଡ଼ ମଣିଷ ହେବେ ବୋଲି ମତ ବ୍ୟକ୍ତ କରିଥିଲେ । ପରେ ପରେ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରବି ନାରାୟଣ ତ୍ରିପାଠୀ ଏବଂ ବିଡ଼ିଓ ବୌଦ୍ଧ ବ୍ଲକ ଅକ୍ଷୟ ପାଣି ଉଡୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ହରଭଙ୍ଗା ସ୍ୱପ୍ନିତା ନାଏକ, ବିଡ଼ିଓ କଣ୍ଟାମଲ ସାମ୍ମି ଜୟଶ୍ରୀ ରେଡ୍ଡୀ, ତହସିଲଦାର ବୌଦ୍ଧ ଅନିତା କୁମରୀ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ସ୍କୁଲ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା, ବରିଷ୍ଠ ନାଗରିକ, ବୁଦ୍ଧି ଜୀବୀ, ସମସ୍ତ ଆଲମନୀ ମେମ୍ବର, ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ଅବିଭାବକ, ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକର୍ମ ରେ ସହଯୋଗ କରିଥିଲେ ।

ି ।

Related Posts

Seo wordpress plugin by www.seowizard.org.