Odisha News

ରାଜେଶ ପ୍ରଭାକର ପାଟିଲ ହେବେ ବିଏମସିର ନୂଆ କମିସନର

ଭୁବନେଶ୍ୱର, ୨୪/୨: ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ ଅଚାନକ ଛୁଟିରେ ଯାଇଛନ୍ତି। ତାଙ୍କ ବଦଳରେ ରାଜେଶ ପାଟିଲଙ୍କୁ ବିଏମ୍ସି କମିଶନର ଦାୟିତ୍ୱ ଦିଆଯାଇଛି । ଏକ ମାସ ପାଇଁ ଛୁଟିରେ ଯାଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଜୟ ଅମୃତ କୁଲାଙ୍ଗେ।
ଖବର ଅନୁଯାୟୀ, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଲାଙ୍ଗେ ଏକ ମାସର ଛୁଟିରେ ଯିବା ପାଇଁ ଆବେଦନ କରିଥିଲେ। ଯାହାକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ତାଙ୍କ ବଦଳରେ ଆଉ ଜଣେ ପ୍ରଶାସନିକ ଅଧିକାରୀ ରାଜେଶ ପାଟିଲଙ୍କୁ ବିଏମ୍ସିର ନୂତନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୦୫ ବ୍ୟାଚର ଏହି ଆଇଏଏସ ଅଫିସର ରାଜେଶ ପାଟିଲ ଅନେକ ଜିଲାରେ ଜିଲାପାଳ ଭାବେ କାମ କରି ଆସିଛନ୍ତି । କୋରାପୁଟ, କନ୍ଧମାଳ, ମୟୁରଭଞ୍ଜ ଜିଲାରେ ଜିଲାପାଳ ଭାବେ କାର‌୍ୟ୍ୟ କରିସାରିଛନ୍ତି ।

Related Posts

Seo wordpress plugin by www.seowizard.org.