Odisha News

ରାଜଧାନୀ ଭୁବନେଶ୍ୱରରୁ ୩ ବାଇକ ଲୁଟେରା ଗିରଫ

ଭୁବନେଶ୍ବର ୨୨/୧୧: ରାଜଧାନୀରୁ ୩ ବାଇକ ଲୁଟେରା ଗିରଫ । ସେମାନଙ୍କ ନିକଟରୁ ୩୪ଟି ଦାମୀ ବାଇକ ମଧ୍ୟ ଜବତ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଲେଙ୍କାଙ୍କ ସମେତ ୩ ଲୁଟେରା ଗିରଫ ହୋଇଛନ୍ତି ।
ଗିରଫ ପ୍ରଶାନ୍ତଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତଙ୍କ ଘର ଆଠଗଡ ଓ ନୟାଗଡ ଅଞ୍ଚଳରେ । ରାଜଧାନୀର ବିଭିନ୍ନ ଅଞ୍ଚଳରୁ ବାଇକ ଲୁଟ୍ କରି ଆଠଗଡର ଏକ ଗ୍ୟାରେଜରେ ରଖୁଥିଲେ । ସେଠାରୁ ବିଭିନ୍ନ ସ୍ଥାନକୁ ନେଇ ବିକ୍ରି କରୁଥିଲେ । ଏନେଇ ସୂଚନା ଦେଇଛନ୍ତି ଡିସିପ ଉମାଶଙ୍କର ଦାସ ।

Related Posts

Seo wordpress plugin by www.seowizard.org.