Odisha News

ରାଜଧାନୀରେ ମାତିଛନ୍ତି ଲୁଟେରା, ବିବାହ ମଣ୍ଡପରୁ ୨ଲକ୍ଷ ଟଙ୍କାର ଗହଣା ଲୁଟ୍

ଭୁବନେଶ୍ୱର, ୨୮/୧: ରାଜଧାନୀରେ ଅଭିନବ ଉପାୟରେ ଗହଣା ଲୁଟ୍ ହୋଇଥିବାର ଖବର ମିଳିଛି। ରାଜଧାନୀର କେସୁରା ଅଞ୍ଚଳରେ ଥିବା ଏକ ବିବାହ ମଣ୍ଡପରୁ ୨ ଲକ୍ଷର ଗହଣା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି।
ମଳିଥିବା ସୂଚନା ଅନୁଯାୟୀ, ଗତକାଲି ପଲ୍ଲବୀ ମଣ୍ଡପରେ ସତ୍ୟ ନାରାୟଣ ମହାରଣାଙ୍କ କନ୍ୟାଙ୍କର ବାହାଘର ଚାଲିଥିବା ବେଳେ, ଘରଲୋକ ଭଳି ଆସି ଜଣେ ଯୁବକ ଓ ଜଣେ ନାବାଳକ ଗହଣା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଥିଲେ।
ଗହଣା ଖୋଜାଖୋଜି କରିବା ପରେ ସିସିଟିଭି ଫୁଟେଜରୁ ଲୁଟ୍ ହୋଇଥିବା ଜଣାପଡ଼ିଥିଲା। ଏହାପରେ ସତ୍ୟନାରାୟଣ ମହାରଣା ଲୁଟରେ ଜଣେ ନାବାଳକ ଓ ଜଣେ ଯୁବକ ସଂପୃକ୍ତ ଥିବା ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Related Posts

Seo wordpress plugin by www.seowizard.org.