Odisha News

ରାଜଧାନୀରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା, ଉଭୟ ବିବାହିତ ଥାଇ ବି ପରସ୍ପରକୁ ଭଲ ପାଉଥିଲେ

ଭୁବନେଶ୍ୱର,୨୧/୯: ଭୁବନେଶ୍ୱର ଭରତପୁର ଫୁଲେଶ୍ୱରୀ ବସ୍ତିରେ ବିଷ ପିଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା। ଉଭୟ ମୃତକ ସ୍ୱାମୀ, ସ୍ତ୍ରୀ ଭାବେ ଗୋଟିଏ ଘରେ ରହି ଆସୁଥିଲେ। ମୃତ ମାନେ ହେଲେ ସୋମନାଥ ସାହୁ ଓ ସୁଲୋଚନା ନାୟକ। ଆଜି ଘଟିଥିବା ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଲୋଚନା ଜୋର ଧରିଛି।
ପୁରୁଷ ଜଣଙ୍କ ପତ୍ନୀଙ୍କୁ ଓ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ଏକାଠି ରହୁଥିଲେ। ପରିବାର ଠାରୁ ଅଲଗା ହେବା ପରେ ଦୁହେଁ ଏକାଠି ରହୁଥିଲେ। ପାରିବାରିକ କଳହ ପାଇଁ ଦୁହେଁ ବିଷ ପିଇ ଦେଇଥିବା ସୂଚନା ମିଳିଛି।
ଗଲା କିଛି ଦିନ ହେଲା ଫୁଲେଶ୍ଵରି ବସ୍ତିରେ ଦୁହେଁ ରହିବା ପରେ, ସୋମନାଥଙ୍କ ପରିବାର ପକ୍ଷରୁ ବିରୋଧ କରାଯାଇଥିଲା। ଏହାକୁ ନେଇ ଅସନ୍ତୋଷ ଓ ମାନସୀକ ଅଶାନ୍ତି ବଢ଼ିଥିଲା।
ଆଉ ଶେଷରେ ସୋମନାଥ ଓ ସୁଲୋଚନା ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଇଓଓଗଝ କୁ ନିଆଯାଇଥିଲା। ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି। ପୁଲିସ ଘଟଣାର ତଦନ୍ତ ପାଇଁ ପହଞ୍ଚିଥିବା ଜଣାପଡ଼ିଛି।

Related Posts

Seo wordpress plugin by www.seowizard.org.