Odisha News

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେଲେ କାମଚଳା ବାଚସ୍ପତି

ଭୁବନେଶ୍ୱର,୧୪/୬: ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ଶୁକ୍ରବାର ଶପଥ ନେଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ। ରାଜ୍ୟପାଳ ରଘୁବର ଦାସ ରଣେନ୍ଦ୍ରଙ୍କୁ ଶପଥ ପାଠ କରାଇଛନ୍ତି। ତେବେ ୧୮ ଓ ୧୯ରେ ନବ ନିର୍ବାଚିତ ବିଧାୟକଙ୍କୁ ରାଜ୍ୟପାଳ ଶପଥ ପାଠ କରାଇବେ। ୨୦ ତାରିଖରେ ବାଚସ୍ପତି ନିର୍ବାଚନ ମଧ୍ୟ ପରିଚାଳନା କରିବେ।
ସେ ତାଙ୍କର ଏହି ଶପଥ ପାଠରେ କହିଛନ୍ତି, ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ଦେଇଥିବାରୁ ଧନ୍ୟବାଦ ଜଣାଉଛି।

Related Posts

Seo wordpress plugin by www.seowizard.org.