Odisha News

ଯୁବନେତା ମାନସ ରଞ୍ଜନ କର ଙ୍କୁ “ଯୁବ ସୌରଭ”ସମ୍ମାନ ପ୍ରଦାନ

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୧୮/୬ : ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ବ୍ଲକ ଅନ୍ତର୍ଗତ କଦମ ପାଳ ପଞ୍ଚାୟତ ଅନ୍ତର୍ଗତ କଦମ ପାଳ ଗ୍ରାମ କେଲୁଅ ନଦୀ ଶଯ୍ୟା ସନିକଟ ଗୁରୁ ଚରଣ ସ୍ମାରକୀ ଓ କବିକଳ୍ପ ଚନ୍ଦନ ପ୍ରଧାନ ସ୍ମାରକୀ ଉପଲକ୍ଷେ ରାଇଜିଙ୍ଗ ଷ୍ଟାର ଯୁବକ ସଂଘ ପକ୍ଷ ରୁ ଆୟୋଜିତ ୧୩ତମ ରଜ ମହୋତ୍ସବ ରେ ଆୟୋଜିତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ।
ମାନ୍ୟବର ନବ ନିର୍ବାଚିତ ସାଂସଦ ଡ଼କ୍ତର ରବି ନାରାୟଣ ବେହେରା ଓ ସମ୍ମାନୀତ ଅଥିତି ସମ୍ବାଦ ର ଜିଲ୍ଲା ମୁଖ୍ୟ ସାମ୍ବାଦିକ ସଂଗ୍ରାମ ସିଂ ଏବଂ ଅନ୍ୟତମ ଅଥିତି ପ୍ରଦେଶ କଂଗ୍ରେସ କମିଟି ର ସମ୍ପାଦକ ମାନସ ରଞ୍ଜନ କର ଏହି କାର୍ଯ୍ୟକ୍ରମ କୁ ପୌରହିତ କରିଥିଲେ ।
ବିଶିଷ୍ଟ ଲେଖକ, ସ୍ଵନାମଧନ୍ୟ କବି ତଥା ସମାଜସେବୀ ବରିଷ୍ଠ ସାମ୍ବାଦିକ ଅଭିମନ୍ୟୁ ଧଳ ଏବଂ ଏହି କାର‌୍ୟ୍ୟକ୍ରମ ରେ ଅଥିତି ଭାବେ ଯୋଗଦେଇ ମଧ୍ୟ ଅନୁଷ୍ଠାନ ତରଫରୁ ଆମ ଅଞ୍ଚଳ ର ସୁଖ ଦୁଃଖ ର ସାଥି ତଥା ସମାଜସେବୀ ଯୁବନେତା ମାନସ ରଞ୍ଜନ କର ଙ୍କୁ “ଯୁବ ସୌରଭ”ସମ୍ମାନ ରେ ସମ୍ମାନୀତ କରିଥିଲେ ।
ମୁଖ୍ୟ ଅତିଥି ଓ ଅନ୍ୟ ଅଥିତି ମାନେ ଏବଂ ଏହି ରାଜା ମହୋତ୍ସବ ରେ ବିଭିନ୍ନ ପ୍ରକାର ଦୋଳି ଯାହା ଆଜି ର ଦିନ ରେ ଲୁପ୍ତ ହେବାକୁ ଯାଉଛି ତାହା ଦେଖିବାକୁ ମିଳିଥିଲା ଏବଂ ରଜ ପାନ ପସରା ଓ ରଜ ସଜବାଜ ଓ ପିଲାମାନଙ୍କ ମଧ୍ୟ ରେ ଗୀତ ଏବଂ ନାଚ ପ୍ରତିଯୋଗିତା ଓ ବିଶେଷ ଭାବେ ମହିଳା କବାଡି ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା ଓ ବିଜୟୀ ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।

Related Posts

Seo wordpress plugin by www.seowizard.org.