Odisha News

ଯୁବକର ବର୍ବର କାଣ୍ଡ: ଦିନରେ ପ୍ରେମିକାକୁ ହତ୍ୟା ରାତିରେ ଅନ୍ୟ ଜଣେ ଯୁବତୀଙ୍କ ବିବାହ

ଦୂଆଦିଲ୍ଲୀ,୧୫ ।୨: ବର୍ବରତାର ସୀମା ଟପିଛି ପ୍ରେମିକ । ଦିନରେ ଲିଭ୍‌-ଇନ୍ ରେ ଥିବା ପ୍ରେମିକାକୁ ହତ୍ୟା କଲା ରାତିରେ ଅନ୍ୟ ଜଣେ ଯୁବତୀକୁ ବିବାହ କଲା । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଦିଲ୍ଲୀର ବାବା ହରି ଦାସ ନଗର ଥାନା ଅଂଚଳରେ ।
ଯୁବତୀ ନିକ୍କି ଓ ପ୍ରେମିକ ସାହିଲ ଦିର୍ଘ ଦିନ ହେବ ପରସ୍ପରକୁ ଭଲ ପାଉଥିଲେ ଏବଂ ଲିଭ୍‌-ଇନ୍‌-ରିଲେସନରେ ଥିଲେ । ହେଲେ ସାହିଲ ନିକ୍କିଙ୍କ ସହ ଲିଭ୍‌-ଇନ୍‌-ରିଲେସନ୍‌ରେ ୍‌ଥିବା ସତ୍ତ୍ୱେ ଅନ୍ୟ ଜଣେ ଯୁବତିକୁ ବିବାହ କରିବା ପାଇଁ ଯୋଜନା କରୁଥିଲା ।
ନିକ୍କି ଏହା ଜାଣିବା ପରେ ସାହିଲ ସହ ତାଙ୍କର ପ୍ରବଳ ଝଗଡ଼ା ହୋଇଥିଲା। ଯଦି ସେ ଅନ୍ୟ କୌଣସି ଯୁବତୀଙ୍କୁ ବାହା ହୁଅନ୍ତି ତା’ହେଲେ ସେ ତାଙ୍କୁ ଫସାଇ ଦେବେ ବୋଲି ସାହିଲକୁ ନିକ୍କି ଧମକ ଦେଇଥିଲେ। ଏହି କାରଣରୁ ସାହିଲ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି।
ସୂଚନା ଅନୁସାରେ, ସାହିଲ ସକାଳେ ନିକ୍କିଙ୍କୁ ହତ୍ୟା କରିବା ପରେ ସେହି ଦିନ ସନ୍ଧ୍ୟାରେ ଘର ଲୋକଙ୍କ କଥାରେ ସେ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହୋଇଥିଲେ । ପୋଲିସ ପଚରାଉଚାରା ବେଳେ ସାହିଲ ନିଜେ ଅପରାଧ କରିଥିବା ସ୍ୱୀକାର କରିଛି । ଫେବୃଆରୀ ୧୦ ତାରିଖ ଦିନ ସାହିଲ କାର୍ ଭିତରେ ମୋବାଇଲ କେବୁଲରେ ନିକ୍କିର ତଣ୍ଟି ଚିପି ହତ୍ୟା କରିଛି । ହତ୍ୟା ପରେ ମୃତ ଦେହକୁ ଗାଡି ଭିତରେ ରଖି ଚାରିଆଡେ ବୁଲାବୁଲି କରିଥିଲା ସାହିଲ । ଶେଷରେ ଏକ ଢ଼ାବାର ଫ୍ରିଜ୍ ରେ ମୃତଦେହକୁ ଲୁଚାଇ ଘଟଣା ସ୍ଥଳରୁ ସାହିଲ ଫେରାର ହୋଇ ଯାଇଥିଲା । ଖବରପାଇ ପୋଲିସ୍ ମୃତ ଘଟଣାସ୍ଥଳରେ ପହଁଂଚି ମୃତଦେହକୁ ଉଦ୍ଧାର କରିଥିଲା ।

Related Posts

Seo wordpress plugin by www.seowizard.org.