Odisha News

ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୮ ବର୍ଷର ଶିଶୁକନ୍ୟାର ଗଳାକାଟି ନୃଶଂସ ଭାବେ ହତ୍ୟା

କୁଚିଣ୍ଡା, ୨୫/୩ : କୁଚିଣ୍ଡା ଜମନକିରା ଥାନା କସଡ଼ା ଗ୍ରାମରେ ଅଭାବନୀୟ ଘଟଣା । ଆଠ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରି ଗାଁ ଦାଣ୍ଡରେ ଉନ୍ମୁକ୍ତ କାଣ୍ଡ କରିଛି ଦୁର୍ବୃତ୍ତ । କସଡ଼ା ଗ୍ରାମର ନବକିଶୋର ଧରୁଆଙ୍କ ଆଠ ବର୍ଷ ର ଝିଅ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ ହେବାକୁ ଯାଇଥିଲା ।
ଏହି ସମୟରେ ଗ୍ରାମର ପ୍ରଶାନ୍ତ ବଗାର ଏକ ଟାଙ୍ଗିଆରେ ଶିଶୁକନ୍ୟାକୁ ହତ୍ୟା କରି କଟା ମୁଣ୍ଡକୁ ହାତରେ ଧରି ଗାଁ ଦାଣ୍ଡରେ ବୁଲିବା ସହ ଏକ ନଳକୂପ ନିକଟରେ ପକାଇ ଦେଇଥିଲା । ପ୍ରଜାଲିନର ପରିବାର ଲୋକେ ମହୁଲ ଗୋଟେଇ ଯାଇଥିବା ବେଳେ ଏଭଳି ଅଘଟଣ ଦେଖିବାକୁ ପାଇଥିଲେ । ଖବର ପାଇ ଜମନକିରା ପୋଲିସ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତ କୁ କାବୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ।

Related Posts

Seo wordpress plugin by www.seowizard.org.