Odisha News

ଯାଜପୁର : ପଲ୍ସ ପୋଲିଓ ବୁନ୍ଦା ଚଳିତ ମାସ ୨୭ ରୁ

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ତା ୨୫/୨ : ପଲ୍ସ ପୋଲିଓ, ମିଶନ ଇନ୍ଦ୍ରଧନୁଷ କୋଭିଡ ଟୀକାକରଣକୁ ବ୍ୟାପକ କରିବା ସହ ଯେପରି ପ୍ରତ୍ୟେକ ହିତାଧିକାରୀ ଏହାକୁ ଗ୍ରହଣ କରନ୍ତି ତାହା ନିଶ୍ଚିତ କରିବାକୁ ଟୀକାକରଣ ସଂପର୍କିତ ଟାସ୍କପୋଂର୍ସ କମିଟି ବୈଠକରେ ପରାମର୍ଶ ଦେଇଚ୍ଥନ୍ତି । ଅତିରିକ୍ତ ଜିଲ୍ଳାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଳିକ ଶୁକ୍ରବାର ପୂର୍ବାହ୍ନରେ ଭିଡିଓ କନପଂରେନ୍ସ ମାଧ୍ୟମରେ ଏହି ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଯୋଗଦେଇ ଶ୍ରୀ ମଲ୍ଲିକ କୋଭିଡର ଭୟାବହତା ସଂପର୍କରେ ଆଲୋକପାତ କରିବା ସହ ଏହା କିପରି ମାନବ ସମାଜରେ ଆତଙ୍କ ସୃଷ୍ଟି କରିଚ୍ଥି ଓ ଏହା ଯୋଗୁ କିପରି ଅର୍ଥନୀତି ଦୁର୍ବଳ ହୋଇଚ୍ଥି ତାହାର ଆଲୋକପାତ କରିଥିଲେ ।
ତେଣୁ କୋଭିଡ ତୃତୀୟ ପର୍ଯ୍ୟାୟ ଟୀକାକରଣ ସହ ୧୫ ରୁ ୧୮ ବର୍ଷ ବୟସର ପିଲା ମାନଙ୍କୁ ଟୀକାକରଣ ଓ ଚଳିତ ମାସ ୨୭ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ପଲ୍ସ ପୋଲିଓ ବୁନ୍ଦା ପ୍ରଦାନରେ ଶତକଡା ଶହେ ଭାଗ ସପଂଳତା ହାସଲ ପାଇଁ ସେ ଗୁରୁତ୍ୱ ଦେଇଥିଲେ ।
ଜିଲ୍ଳା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିରି ନାରାୟଣ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏ.ଡି.ପି.ଏଚ୍.ଓ. ଡା. ଶିବାଶିଷ ମହାରଣା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରାଜ୍ୟ ସଂଯୋଜକ ଡା. ଦୀପକ କୁମାର କର, ଜିଲ୍ଳା ଶିକ୍ଷା ଅଧିକାରୀ ରଂଜନ କୁମାର ଗିରି, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଡି.ପି.ଏମ୍. ଚିନ୍ମୟ ବରାଳ, ଆଇ.ସି.ଏ. ଶୁଭ୍ରଜିତ୍ ପୃଷ୍ଟି , ସମସ୍ତ ମେଡିକାଲ ଅପିଂସର ଓ ଅନ୍ୟାନ୍ୟ ବିଭାଗୀୟ କର୍ମର୍କାର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଜିଲ୍ଳାରେ ମୋଟ ୨୦୧୬୧୩୩ ଜନ ସଂଖ୍ୟା ଥିବାବେଳେ ୧୨ ଟି ରିପୋର୍ଟିଂ ୟୁନିଟ୍ , ୪୮ ଟି ଆଇ.ଏଲ୍.ଆର. ପଏଣ୍ଟ , ୨୭୧ ଟି ସବ୍ ସେଣ୍ଟର ରହିଚ୍ଥି ।
ଜନ୍ମରୁ ୫ ବର୍ଷ ବୟସର ୧୮୧୩୩୪ ଶିôଶଙ୍କୁ ମୋଟ ୮୪୬ ଟି ବୁଥରେ ପୋଲିଓ ବୁନ୍ଦା ପ୍ରଦାନ କରାଯିବ । ଏଥିପାଇଁ ୩୩୮୪ ସଦସ୍ୟଙ୍କୁ ନିୟୋଜିତ କରାଯିବାକୁ ଥିବାବେଳେ ୧୬୫ ଜଣ ସୁପରଭାଇଜର ତଦାରଖ କରିବେ । ୩୫ ଟି ଟ୍ରାଞ୍ଜିଟ୍ ପଏଣ୍ଟ ଓ ୨୧ ଟି ମୋବାଇଲ ଟିମ ଏହି ପୋଲିଓ ବୁନ୍ଦା ପ୍ରଦାନ କାର‌୍ୟ୍ୟରେ ମଧ୍ୟ ନିୟୋଜିତ ରହିବେ ।
ଚଳିତ ମାସ ୨୭ ତାରିଖରେ ବୁଥ ମାନଙ୍କରେ ଓ ପରର୍ବୀ ଦୁଇଦିନ ଅର୍ଥାତ୍ ୨୮ ତାରିଖ ଓ ମାର୍ଚ୍ଚ ୧ ତାରିଖରେ ଘରକୁ ଘର ବୁଲି ସଦସ୍ୟମାନେ ପୋଲିଓ ବୁନ୍ଦା ପ୍ରଦାନର ବ୍ୟବସ୍ଥା କରାଯାଇଚ୍ଥି ବୋଲି ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାରିକ ସୂଚନା ଦେଇଚ୍ଥନ୍ତି ।
ସେହିପରି ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମରେ ୧୩୬୪ ଶିଶୁ ଓ ୧୯୪ ଗର୍ଭବତୀ ମହିଳାଙ୍କୁ ସାମିଲ କରାଯାଇଚ୍ଥି । କୋଭିଡ ଟୀକାକରଣ ୧୮ ବର୍ଷରୁ ଊର୍ଦ୍ଧ୍ୱ ୧୩୯୫୦୯୭ ଜଣ ପ୍ରଥମ, ୧୧୫୨୪୭୩ ଜଣ ଦ୍ୱିତୀୟ ଡୋଜ ନେଇଥିବା ବେଳେ ୧୫ ରୁ ୧୮ ବର୍ଷ ବୟସର ୮୫୯୦୫ ଜଣ ପ୍ରଥମ ଓ ୪୨୭୬୨ ଜଣ ଦ୍ୱିତୀୟ ଡୋଜ ଟୀକା ନେଇଚ୍ଥନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଚ୍ଥି । ପଲ୍ସ ପୋଲିଓ ବୁନ୍ଦା ଗ୍ରହଣ ଓ ଟୀକାକରଣ ପ୍ରତ୍ୟେକ କରାଇ ନେବାକୁ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ମଲ୍ଳିକ ଅନୁରୋଧ କରିଚ୍ଥନ୍ତି ।

Related Posts

Seo wordpress plugin by www.seowizard.org.