Odisha News

ଯଶିପୁରରେ ଚାଞ୍ଚଲ୍ୟ: ହାତଗୋଡ଼ ବାନ୍ଧି ୮ ଦିନ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

କରଞ୍ଜିଆ,୧୪/୪: ୮ ଦିନ ଧରି କଠୋରୀରେ ହାତ ଗୋଡ଼ବାନ୍ଧି ଭିନ୍ନକ୍ଷମ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କଲେ। କ୍ଷୁଧା ମେଣ୍ଟିବା ପରେ ବାଡ଼ିଆପିଟା କରି ଛାଡ଼ି ଦେଲେ।
ଏପରି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅଞ୍ଚଳରେ। ପୁଲିସ ନାବାଳିକାର ବୟାନ ରେକର୍ଡ କରି ଘଟଣାର ତଦନ୍ତ କରୁଛି। ଏବେ ସୁଦ୍ଧା ପୁଲିସ ଅଭିଯୁକ୍ତକୁ ଗିରଫ କରି ନାହିଁ। ନାବାଳିକା ଜଣଙ୍କ ଦଶମ ଶ୍ରେଣୀରେ ପଢ଼ୁଛନ୍ତି।
ଅଭିଯୋଗ ଅନୁସାରେ, ଗତ ୩୦ ତାରିଖରେ ନାବାଳିକା ଜଣଙ୍କ ବିଦ୍ୟାଳୟକୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ନାବାଳିକାଙ୍କୁ ଯୁବକମାନେ ବାଇକ୍ରେ ଜୋର ଜବରଦସ୍ତ ରାସ୍ତାରୁ ଉଠାଇ ନେଇଥିଲେ।
ସେମାନେ ଝିଅଟିକୁ ଶିମିଳିପାଳ ରାସ୍ତାର ଥିବା ଘୋଡ଼ାଘାଗରୀ ଅଞ୍ଚଳରେ ଥିବା ପରିତ୍ୟକ୍ତ ଘରେ ହାତଗୋଡ଼ ବାନ୍ଧି ରଖିଥିଲେ। ପରେ ତିନି ଜଣ ଯୁବକ ଝିଅଟିକୁ ୮ ଦିନ ଧରି ଗଣ ଦୁଷ୍କର୍ମ କରିଥିଲେ। କ୍ଷୁଧା ମେଣ୍ଟିବା ପରେ ନାବାଳିକାକୁ ମାଡ଼ ମାରି ତାଙ୍କୁ ବାହାରେ ଫୋପାଡ଼ି ଦେଇ ପଳାଇଥିବା ଅଭିଯୋଗ ହୋଇଛି। ପୁଲିସ ନାବାଳିକାକୁ ଉଦ୍ଧାର କରିଥିଲା।
ସ୍କୁଲରୁ ଝିଅ ଘରୁ ନ ଫେରିବାରୁ ପରିବାର ଲୋକେ ସାଙ୍ଗ ସାଥୀ ଓ ସମସ୍ତ ସମ୍ପର୍କୀୟଙ୍କ ଘରକୁ ଯାଇ ଖୋଜାଖୋଜି କରିଥିଲେ। ନ ପାଇବାରୁ ଗତ ୩ ତାରିଖ ଦିନ ଯଶୀପୁର ଥାନାରେ ଝିଅର ନିଖୋଜ ସମ୍ପର୍କରେ ଏତଲା ଦେଇଥିଲେ। ପୁଲିସ ନାବାଳିକାକୁ ୬ ତାରିଖରେ ଉଦ୍ଧାର କରିଥିଲା। ନାବାଳିକାଙ୍କ ଘରୁ ସ୍କୁଲ ପ୍ରାୟ ଦେଢ଼ କିଲୋମିଟର ବାଟ ହୋଇଥିବାରୁ ସବୁବେଳେ ସେ ଚାଲି ଚାଲି ସ୍କୁଲ ଯାଇଥାନ୍ତି।
ନାବାଳିକାଙ୍କ ବାପା କହିଛନ୍ତି, ଦୋଷୀମାନଙ୍କୁ ଫାଶୀ ଦିଆଯାଉ। ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ।

Related Posts

Seo wordpress plugin by www.seowizard.org.