Odisha News

ମୋଦୀଙ୍କୁ ଭେଟି ଏହି ସବୁ ପ୍ରସଙ୍ଗରେ ଆଲୋଚନା କଲେ ନବୀନ

ନୂଆଦିଲ୍ଲୀ, ୩୦/୫ : ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ନବୀନ ଓ ମୋଦୀଙ୍କ ମଧ୍ୟରେ ୩୦ ମିନିଟର ଆଲୋଚନା ହୋଇଥିଲା।
ମୋଦୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି “କରୋନା ପାଇଁ ପ୍ରଧାନ ମନ୍ତ୍ରୀଙ୍କ ସହିତ ଭେଟ ହୋଇ ପାରିନଥିଲା।
ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ରାଷ୍ଟ୍ରପତି ନିର୍ବାଚନ ନେଇ କୌଣସି ଆଲୋଚନା ହୋଇନି”।
ସୂଚନା ଥାଉକି ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର କାର‌୍ୟ୍ୟକ୍ରମ ରହିଛି। ସନ୍ଧ୍ୟା ୬: ୩୦ ରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ଅମିତ ଶାହଙ୍କ ସହିତ ଆଲୋଚନା କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Related Posts

Seo wordpress plugin by www.seowizard.org.