Odisha News

ମେ’ ୨୧ରେ ହେବ ନିଟ୍ ପିଜି ପରୀକ୍ଷା

ନୂଆଦିଲ୍ଲୀ, ୧୩।୦୫ : ମେ ୨୧ରେ ହେବ ନିଟ୍ ପରୀକ୍ଷା । ପୁର୍ବରୁ ଏହା ମେ ୨୧ ରେ ହେବାକୁ ଥିବା ନିଟ୍ ପିଜି ୨୦୨୨ ସ୍ଥଗିତ ରଖିବା ନେଇ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଖାରଜ ହୋଇଛି । ଏବେ ପରୀକ୍ଷା ସ୍ଥଗିତ ରଖିବା କେବଳ ଅନିଶ୍ଚିତତା ଓ ଅରାଜକତା ସୃଷ୍ଟି କରିବ ବୋଲି କୋର୍ଟ କହିଛନ୍ତି ।
କୋର୍ଟ ନିଜ ରାୟରେ କହିଛନ୍ତି ଯେ, ଆଡମିଶନ ବିଳମ୍ବ ହେଲେ ରୋଗୀଙ୍କ ଚିକିତ୍ସା ଓ ହସ୍ପିଟାଲର କାମ ପ୍ରଭାବିତ ହେବ । ପରୀକ୍ଷା ସ୍ଥଗିତ କରିବା ନେଇ ଅନୁରୋଧ ଉପରେ ବିଚାର କରାଯାଇଥିଲା । କିନ୍ତୁ ପରୀକ୍ଷା ସ୍ଥଗିତ ରଖି ରୋଗୀଙ୍କ ଚିକିତ୍ସା ପ୍ରଭାବିତ କରିବାକୁ ଦିଆଯାଇ ପାରିବ ନାହିଁ ।
କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ଡାକ୍ତରଙ୍କ କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବାକୁ ପ୍ରଚେଷ୍ଟା କରୁଛନ୍ତି । ଅନେକ ଡାକ୍ତର ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି । ପ୍ରାୟ ୨ ଲକ୍ଷ ୬ ହଜାରରୁ ଅଧିକ ଡାକ୍ତର ରେଜିଷ୍ଟ୍ରେସନ୍ କରିଛନ୍ତି । ଯାହା ପୂର୍ବବର୍ଷ ଅପେକ୍ଷା ଢେର ଅଧିକ । ପରୀକ୍ଷାରେ ବିଳମ୍ବ ହେଲେ ସୁପର ସ୍ପେଶିଆଲିଟି ଆଡମିଶନ ମଧ୍ୟ ପ୍ରଭାବିତ ହୋଇପାରେ ।
ପୂର୍ବରୁ କରୋନା ଭାଇରସ ପାଇଁ ଚିନ୍ତା ଥିଲା । ପରୀକ୍ଷା ଉପରେ କରୋନାର ଅଧିକ ପ୍ରଭାବ ପଡିଥିଲା । ଫଳରେ ରୋଗୀସେବା ମଧ୍ୟ ପ୍ରଭାବିତ ହୋଇଥିଲା ବୋଲି ଶୁଣାଣି ବେଲେ କୋର୍ଟ କହିଛନ୍ତି ।

Related Posts

Seo wordpress plugin by www.seowizard.org.