Odisha News

ମେଟାର ଭାରତ ମୁଖ୍ୟ ହେଲେ ସଂଧ୍ୟା ଦେବନାଥନ୍

ନୂଆଦିଲ୍ଲୀ, ୧୭/୧୧: ଫେସ୍ବୁକ୍ର ପ୍ୟାରେଣ୍ଟ୍ କମ୍ପାନି ମେଟାର ଭାରତ ମୁଖ୍ୟ ବନିଛନ୍ତି ସଂଧ୍ୟା ଦେବନାଥନ୍। ସେ ଏଣିକି ଭାରତରେ ଫେସବୁକ୍, ଇନଷ୍ଟା ଓ ହ୍ବାଟସଆପର କାରବାର ସମ୍ଭାଳିବେ।
ସଂଧ୍ୟାଙ୍କର ପୂର୍ବରୁ ବ୍ୟାଙ୍କିଂ, ପେମେଣ୍ଟ୍ ଟେକ୍ନୋଲୋଜିରେ ୨୨ ବର୍ଷର ବିଶ୍ବସ୍ତରୀୟ ଅଭିଜ୍ଞତା ରହିଛି। ଲିଙ୍କ୍ଡଇନରେ ଥିବା ପ୍ରୋଫାଇଲ୍ ମୁତାବକ, ସଂଧ୍ୟା ୨୦୦୦ ମସିହାରେ ଦିଲ୍ଲୀ ୟୁନିଭରସିଟିର ଫାକ୍ଲ୍ଟି ଅଫ୍ ମ୍ୟାନେଜ୍ମେଣ୍ଟ୍ ଷ୍ଟଡିଜ୍ରୁ ଏମ୍ବିଏ କରିଛନ୍ତି।ୟଗ୍ଦ ଭ
୨୦୧୬ ମସିହାରେ ସେ ମେଟାରେ ଯୋଗ ଦେଇଥିଲେ। କମ୍ପାନିରେ ଯୋଗ ଦେଇ ସଂଧ୍ୟା ସିଙ୍ଗାପୁର ଓ ଭିଏତନାମରେ ବ୍ୟବସାୟକୁ ବିସ୍ତାର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବା ସହ ଦକ୍ଷିଣ-ପୂର୍ବ ଏସିଆରେ ଇ-ବାଣିଜ୍ୟ କାରବାର ବି ପରିଚାଳନା କରୁଥିଲେ । ୨୦୨୦ ମସିହାରେ ମେଟା ପକ୍ଷରୁ ଏସିଆ-ପାସିଫିକ୍(ଏପିଏସି) ଅଞ୍ଚଳରେ ହୋଇଥିବା ଗେମିଂଏଫର୍ଟସ୍ରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ସେ ନେତୃତ୍ବ ଗ୍ରହଣ କରିବା କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଜଣେ ଦୃଢ଼ ସମର୍ଥକ ଭାବେ ବେଶ୍ ଜଣାଶୁଣା। କର୍ମକ୍ଷେତ୍ରରେ ସେ ବିବିଧତାକୁ ପ୍ରୋତ୍ସାହିତ କରିଥାନ୍ତି। ସେ ମେଟାର ୱମେନ୍ଅଏପିଏସିର କାର‌୍ୟ୍ୟକାରୀ ପ୍ରାୟୋଜକ ରହିଛନ୍ତି। ତାଙ୍କ ଲିଙ୍କ୍ଡିନ୍ ପ୍ରୋଫାଇଲ୍ରୁ ଆହୁରି ବି ଜାଣିବାକୁ ମିଳିଛି ଯେ ସେ ପିପର୍ ଫାଇନାନ୍ସିଆଲ୍ ସର୍ଭିସେସ୍ର ଗ୍ଲୋବାଲ୍ ବୋର୍ଡରେ ବି କାର‌୍ୟ୍ୟ କରିଛନ୍ତି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ନିକଟ ଅତୀତରେ ସାମାଜିକ ଗଣମାଧ୍ୟମ କମ୍ପାନି ମେଟା ଇଣ୍ଡିଆ ମୁଖ୍ୟ ଅଜିତ ମୋହନ ଇସ୍ତଫା ଦେଇଥିଲେ। ସେ ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡ଼ିଥିଲା। ଏବେ ସଂଧ୍ୟା ଦେବନାଥନ୍ ସେହି ଦାୟିତ୍ବ ତୁଲାଇବେ।
ଉଲ୍ଲେଖଯୋଗ୍ୟ, ଫେସବୁକ୍ର ମୂଳ କମ୍ପାନି ମେଟା ଗତ ସପ୍ତାହରେ ବଡ଼ ଧରଣର ଛଟେଇ ଘୋଷଣା କରିଥିଲା। ଏହି ଛଟେଇ ପାଇଁ କମ୍ପାନିର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ କ୍ଷମା ବି ମାଗିଥିଲେ। ପ୍ରଥମ ପର‌୍ୟ୍ୟାୟରେ ୧୧ ହଜାରରୁ ଅଧିକ ମେଟା କର୍ମଚାରୀଙ୍କୁ ଛଟେଇ କରାଯାଇସାରିଛି।

Related Posts

Seo wordpress plugin by www.seowizard.org.