Odisha News

ମିଳିଲାନି ଆମ୍ବୁଲାନ୍ସ, ଠେଲା ଗାଡ଼ିରେ ବାପାକୁ ହସ୍ପିଟାଲ ନେଲା ନାବାଳକ

ମଧ୍ୟପ୍ରଦେଶ,୧୨/୨: ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲାର ବଲିୟରି ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।
୬ ବର୍ଷର କୁନିପୁଅ ଟାଣ ଖରାରେ ତାର ଅସୁସ୍ଥ ବାପାଙ୍କୁ ଭଲ କରିବା ପାଇଁ ଆମ୍ବୁଲାନ୍ସର ଅପେକ୍ଷା ନକରି ଠେଲାରେ ଟାଣିଟାଣି ହସ୍ପିଟାଲ ପର୍ଯ୍ୟନ୍ତ କାନ୍ଦିକାନ୍ଦି ନେଉଥିବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।
ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବାପରେ ଜିଲ୍ଲା ପ୍ରଶାସନ ଏହାର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଡିଏମ୍ଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଏଡିଏମ୍ ଡିପି ବର୍ମନ ମାମଲାର ଯାଞ୍ଚ ଜାରି ରଖିଛନ୍ତି।
୬ବର୍ଷର କୁନି ପୁଅ ତାର ପରିବାର ସହ ବଲିୟରୀ ଅଞ୍ଚଳରେ ବସବାସ କରେ। ହଠାତ ତାର ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଏହାପରେ ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଅନେକ ସମୟ ଅପେକ୍ଷ କରିବା ପରେ ବି ଆମ୍ବୁଲାନ୍ସ ଆସି ନଥିଲା କି ସେପଟରୁ କୌଣସି ପ୍ରକାର ଉତ୍ତର ମିଳିଥିଲା।
ଏପଟେ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ଦେଖି ୬ବର୍ଷର କୁନି ପୁଅ ଆଉ ସମୟ ବିଳମ୍ବ ନକରି ତା ମା’କୁ ଧରି ଠେଲାରେ ବାପାଙ୍କୁ ଶୁଆଇ ଟାଣିଟାଣି ହସ୍ପିଟାଲ ପର୍ଯ୍ୟନ୍ତ ନେଇଯାଇଥିଲା।
ବାପାଙ୍କ ଏଭଳି ଅବସ୍ଥା ଦେଖି ବାଟ ସାର କାନ୍ଦିକାନ୍ଦି ଆଖି ଲୁହକୁ ତୁଣ୍ଡରେ ପିଇ ମା’ଙ୍କୁ ଧୌର୍ଯ୍ୟ ଧରିବାକୁ ବୁଝାଇବା ସହ ହସ୍ପିଟାଲ ଅଭିମୁଖେ ଚାଲିଥାଏ କୁନି ପୁଅ।
ତିନିକିମି ବାଟ ଅତିକ୍ରମ କରିବା ପରେ ଶେଷରେ ବାପାଙ୍କୁ ନେଇ ହସ୍ପିଟାଲରେ ପହଞ୍ଚାଇ ପାରିଥିଲା ପୁଅ। ଠିକ ସମୟରେ ତାର ବାପାଙ୍କ ଚିକିତ୍ସା କରିଥିଲେ ଡାକ୍ତର। ଚିକିତ୍ସା ପରେ ଏବେ କୁନି ପୁଅର ବାପା ସୁସ୍ଥ ଅଛନ୍ତି।

Related Posts

Seo wordpress plugin by www.seowizard.org.