Odisha News

ମାଲକାନଗିରି: ମା’ ଘର ଫାଉଣ୍ଡେସନ୍ ଭୁବନେଶ୍ଵର ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ମାଲକାନଗିରି,୫/୧: ମାଲକାନଗିରି ସଦର ମହକୁମାଠାରେ ମା ଘର ଫାଉଣ୍ଡେସନ୍ ଭୁବନେଶ୍ଵର ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମା ଘର ରାଜ୍ୟ ଅଧ୍ୟକ୍ଷା ସମାଜସେବୀ , ଆଇନଜୀବି ଶ୍ରୀମତୀ ଋତୁପୂର୍ଣ୍ଣ ମହାନ୍ତିଙ୍କ ସହ ମା ଘର ଟ୍ରଷ୍ଟି ଶ୍ରୀମତି ଅଞ୍ଜଳି ଦାସ , କୋରାପୁଟ ମା ଘର ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାତି ରାଉତ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ଉଦ୍ବୋଧନ ଦେଇଥିଲେ ।

ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଗଠନ ହୋଇଥିବା ମା ଘର ଶାନ୍ତି ସେନା ଜିଲ୍ଲା କମିଟିକୁ ସଂପୂର୍ଣ୍ଣ ଭାଙ୍ଗି ଦିଆଯାଇ ନୂତନ ଅସ୍ଥାୟୀ କମିଟି ଗଠନ କରାଯାଇ ତାଙ୍କ ଉପରେ ମା ଘରର ସମସ୍ତ ଦାୟୀତ୍ବ ଅର୍ପଣ କରାଗଲା ।
ପୂର୍ବତନ ମାଲକାନଗିରି ସଭାନେତ୍ରୀ ପ୍ରଶାରି ବିଶୋଇ , ସଂପାଦିକା ଦୁଲାଲ ଥଣ୍ଡର ଓ ଅନ୍ୟ ସଦସ୍ୟମାନଙ୍କୁ ମା ଘର ନିତୀ ଆଦର୍ଶ ବିରୁଧରେ କାମ କରି ମା ଘର ସୁରକ୍ଷା ସେନା ନାଁ ରେ ଆଉ ଏକ ସଂଗଠନ ତିଆରି କରି ମା ଘର ଅନ୍ୟ ସଦସ୍ୟା ଓ ଶୁଭେଚ୍ଛୁମାନଙ୍କୁ ଭ୍ରମିତ କରାଇବା ଉଦ୍ଦେଶ୍ୟର କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ମା ଘର ମୁଖ୍ୟ କାର୍ଯ୍ୟାଳୟ ତରଫରୁ ଏକ ନୋଟିସ୍ ଜାରି କରାଯିବା ସହ ତାଙ୍କ ପ୍ରାଥମିକ ସଦସ୍ୟତାକୁ ରଦ୍ଦ କରାଯାଇଛି । ଜିଲ୍ଲାରେ ଥିବା ଅନ୍ୟ ସମସ୍ତ ମା ଘର ସଦସ୍ୟମାନଙ୍କୁ ଅନୁରୋଧ କରାଯାଇଛିଯେ ମାଲକାନଗିରି ଜିଲ୍ଲା ପାଇଁ ନୂତନ ଭାବେ ନିର୍ବାଚିତ ହୋଇଥିବା ସଭାନେତ୍ର ଅଞ୍ଜୁ କୁଦୀପ୍ ଓ ସଂପାଦିକା ରୀନା ମାଢୀଙ୍କୁ ଯୋଗାଯୋଗ କରି ତାଙ୍କ ମା ଘର ପରିଚୟ ପତ୍ର ନମ୍ବର ରେଜିଷ୍ଟ୍ରେସନ କରନ୍ତୁ । ନଚେତ ଫେବୃୟରୀ ମାସ ସୁଧା ସେ ପରିଚୟ ପତ୍ରଗୁଡିକୁ ବେଆଇନ୍ ଘୋଷିତ କରାଯାଇ ଥାନାରେ ଲିଖୁତ ଭାବେ ଦେଇଦିଆଯିବ ।
ଆଜି ଠାରୁ ପ୍ରଶାନ୍ତିଲତା ବିଶୋଇ ଓ ବୁଲାଇ ଥଣ୍ଡର ତଥା ତାଙ୍କ ସାଥିମାନେ ମା ଘର ନାମରେ ବ୍ୟବହାର କରୁଥିବା ସମସ୍ତ ନଥିପତ୍ର, ପରିଚୟ ପତ୍ର , ରସିଦ୍ ବହୀ ଖାତା ଇଦ୍ୟାତି ବେଆଇନ୍ ଅଟେ ।
ଏହା ଦ୍ବାରା ଯଦି କେହି ଠକାମିର ଶିକାର ହୁଏ ତେବେ ଏହା ପାଇଁ ମା ଘର ରାଜ୍ୟ ଅଫିସ ଦାୟୀ ନୁହେଁ । ଏ ବାବଦରେ ରାଜ୍ୟ ଅଧ୍ୟକ୍ଷା ଜିଲ୍ଲା ପ୍ରଶାସନକୁ ଚିଠି ଲେଖୁ ଜଣାଇ ଦେବେ ବୋଲି ସୂଚନା ଦେଇଛନ୍ତି ।
ଆଗାମୀ ଦିନରେ ମା ଘର ଶାନ୍ତି ସେନା କାର୍ଯ୍ୟ କୁ ଆହୁରୀ ଜୋରଦାର କରିବା ପାଇଁ ଏକ ନୂତନ କମିଟି ଗଠନ କରାଯାଇ ଏହି କମିଟିରେ ନମ୍ନମତେ ସଦସ୍ୟାମାନେ ଦାୟୀତ୍ବ ଗ୍ରହଣ କରିଛନ୍ତି ।
ମାଲକାନଗିରି ଜିଲ୍ଲାରେ ହେଉଥିବା ନାରୀ ଓ ଶିଶୁ ନିର୍ଯ୍ୟାତନା ବିରୁଦ୍ଧରେ ମା ଘର ଆଗାମୀ ଦିନରେ ଆହୁରି ଦୃଢ ଭାବେ ସ୍ୱର ଉତ୍ତୋଳନ କରିବ । ନୂତନ କର୍ମକର୍ତ୍ତାଙ୍କ ନାମ ୧ . ଅଞ୍ଜୁ କୁଦିପ୍ (ସଭାନେତ୍ରୀ) ୨ , ରୀନା ମାଢୀ ( ସଂପାଦିକା ) ୩ . ମୁକେ କବାସୀ ( ଉପ – ସଭାନେତ୍ରୀ ) ୪ . ଗାୟତ୍ରୀ ମାଜକାମୀ ( ସହ – ସଂପାଦିକା ) ୫ , ସୁନିତା ମାଟମ୍ ( କୋଷାଧକ୍ଷ ) ଭାବେ ନୂତନ ସଦସ୍ୟ ନିଯୁକ୍ତ କରାଯାଇଛି।

Related Posts

Seo wordpress plugin by www.seowizard.org.