Odisha News

ମାଲକାନଗିରି: ନବଜାତ ଶିଶୁପୁତ୍ରର ହତ୍ୟା ସନ୍ଦେହ, ପୁଲିସର ତଦନ୍ତ

ମାଲକାନଗିରି୧୪/୭: ମାଟି ତଳୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ପରିବାର ଲୋକେ ପିଲାଟିକୁ ହତ୍ୟା କରି ପୋତି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରି ଘଟଣା ଘଟଛି ମାଲକାନଗିରି ଜିଲ୍ଲା ଗଚଠ-୮୩ ଗାଁରେ।
ଜୁଲାଇ ୨ ତାରିଖରେ ଗାଁର ଶ୍ୟାମଳା ପାଇକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁଟି ଜନ୍ମ ହେବାର କିଛିଦିନ ପରେ ପଡ଼ୋଶୀ ଲୋକେ ଶିଶୁଟିକୁ ଦେଖିବାକୁ ପାଇ ନଥିଲେ।
ଏନେଇ ସେମାନଙ୍କର ସନ୍ଦେହ ହୋଇଥିଲା। ଶିଶୁଟିକୁ ତାର ପରିବାର ଲୋକ ହତ୍ୟା କରି ପାଖ ଜଙ୍ଗଲରେ ପୋତି ଦେଇଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଗତକାଲି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋତା ଯାଇଥିବା ଶିଶୁର ମୃତଦେହ ଉଦ୍ଧାର କରିଥିଲେ।
ପିଲାଟିକୁ ତାର ବାପାମା’ ହତ୍ୟା କରିବା ପରେ ପୋତି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଅନ୍ୟପକ୍ଷରେ ଶିଶୁର ପରିବାର ଲୋକେ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଶିଶୁଟି ଅସୁସ୍ଥ ଥିବାରୁ ତାର ମୃତ୍ୟୁ ଘଟିଥିଲା। ଶିଶୁଟି ମୃତ୍ୟୁ ବରଣ କରିବା ପରେ ତାକୁ ପୋତି ଦିଆଯାଇଥିବା ପରିବାର ଲୋକେ କହିଛନ୍ତି।
ଏନେଇ ଥାନାରେ ଅଭିଯୋଗ ହୋଇନାହିଁ। ପୁଲିସ ଘଟଣା ବିଷୟରେ ସୂଚନା ପାଇଥିବା ଜଣାଯାଇଛି। ଆଜି ପୁଲିସ ଗାଁକୁ ଯାଇ ମୃତ ଶିଶୁର ବାପାମା’ଙ୍କୁ ପଚାରିବ ବୋଲି ସୂଚନା ମିଳିଛି। ପୁଲିସ ତଦନ୍ତ କରିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଗ୍ରାମବାସୀ କହିଛନ୍ତି।

Related Posts

Seo wordpress plugin by www.seowizard.org.