Odisha News

ମାର୍ଚ୍ଚ ପହିଲାରୁ ମହଙ୍ଗା ମାଡ଼, ୨୫ ଟଙ୍କା ବଢିଲା କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ,୧/୩: ସରକାରୀ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡିକ ହୋଲି ପୂର୍ବରୁ ଲୋକଙ୍କୁ ବଡ଼ ଝଟକା ଦେଇଛନ୍ତି। ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିବାକୁ କମ୍ପାନୀ ଘୋଷଣା କରିଛି।
୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ଏହି ବୃଦ୍ଧି କରାଯାଇଛି, ଯାହା ମାସର ପ୍ରଥମ ଦିନରୁ ଆଜି ଅର୍ଥାତ୍ ଶୁକ୍ରବାର ଠାରୁ କାର‌୍ୟ୍ୟକାରୀ ହୋଇଛି।
ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ (ଆଇଓସି) ଭରତ ପେଟ୍ରୋଲିୟମ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ (ଏଚପିସିଏଲ) ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି।
ବିଭିନ୍ନ ସହରରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଆଜିଠାରୁ ୨୫.୫୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଥିବା ବେଳେ ୧୪ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

Related Posts

Seo wordpress plugin by www.seowizard.org.