Odisha News

ମାତିଲା ନରହନ୍ତା ଦନ୍ତା, ହାତୀ ଆକ୍ରମଣରେ ବୃଦ୍ଧା ମୃତ

ଅନୁଗୁଳ,୨୯/୪: ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଆକ୍ରମଣ। ଏହି ବନାଞ୍ଚଳରେ ଗତ ଦୁଇଦିନ ମଧ୍ୟରେ ହାତୀ ଆକ୍ରମଣରେ ଦୁଇ ଜଣ ମହିଳାଙ୍କ ଜୀବନ ଯାଇଥିବା ବେଳେ ଆଜି ପୁଣି ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି।
ମୃତ୍ୟୁବରଣ କରିଥିବା ମହିଳା ଜଣକ ମରଣ୍ଡା ଗ୍ରାମର ବୋଲି ଜଣାପଡିଛି। ମହିଳା ଜଣକ ସକାଳୁ ବଗିଚାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।
ସୂଚନାଯୋଗ୍ୟ ଯେ, ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଗତ ଦୁଇଦିନରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
ତାଙ୍କ ଅବସ୍ଥା ସେଠାରେ ସଙ୍କଟାପନ୍ନ ଥିବା ଜଣାପଡିଛି। ଗତ ୪ମାସ ମଧ୍ୟରେ ଅନୁଗୁଳ ବ୍ଳକ ଅଞ୍ଚଳରେ ହାତୀ ଆକ୍ରମଣରେ ପ୍ରାୟ ୧୦ଜଣଙ୍କ ଜୀବନ ଗଲାଣି। ଏହି ବନାଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣ ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

Related Posts

Seo wordpress plugin by www.seowizard.org.