Odisha News

ମାଟ୍ରିକ ସମେଟିଭ୍‌-୨ ପରୀକ୍ଷା ପ୍ରଶ୍ନପତ୍ରରେ ଗୋଳମାଳ

ଭୁବନେଶ୍ୱର, ୧୮/୩: ମାଟ୍ରିକ ସମେଟିଭ୍‌-୨ ପରୀକ୍ଷା ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ବିଭ୍ରାଟ ହୋଇଛି। ରାଜ୍ୟର ବିଭିନ୍ନ ସ୍କୁଲ୍ରୁ ଏଭଳି ଅଭିଯୋଗ ଆସିଛି। ଜଗତସିଂହପୁର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍ର ପ୍ରଶ୍ନ ରହିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏପରିକି ୧୯ ନମ୍ବର ପ୍ରଶ୍ନ ନଥିବା ସେମାନେ କହିଛନ୍ତି।
ଏଥିଯୋଗୁ ଛାତ୍ରଛାତ୍ରୀମାନେ ୫୦ ବଦଳରେ ୪୯ଟି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଓଏମ୍ଆର ବ୍ୟବସ୍ଥାରେ ଖାତା ଦେଖା ଯାଉଥିବାରୁ ଏଭଳି ବିଭ୍ରାଟ ପାଇଁ ମାର୍କ କମିବାର ଅଭିଭାବକ ଓ ଛାତ୍ରଛାତ୍ରୀ ଆଶଙ୍କା କରିଛନ୍ତି। ବୋର୍ଡ କର୍ତ୍ତୃପକ୍ଷ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି । ପାରଳାଖେମୁଣ୍ଡିରେ ମଧ୍ୟ ପ୍ରଶ୍ନପତ୍ରରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି।
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗକୁ ବୋର୍ଡ ସ୍ୱୀକାର କରିଛି।

Related Posts

Seo wordpress plugin by www.seowizard.org.