Odisha News

ମାଟ୍ରିକ ପରୀକ୍ଷା ଫଳ: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଶତ ପ୍ରତିଶତ ସଫଳତା

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୬/୫ : ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ଵାରା ପରିଚାଳିତ ଦଶମ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି। ଚଳିତ ବର୍ଷର ପାସ୍ ହାର ୯୬.୦୭ ପ୍ରତିଶତ ରହିଥିବା ବେଳେ ସମଗ୍ର କନ୍ଧମାଳ ଜିଲ୍ଲାରେ ୯୬.୬% ରହିଛି ।ଏଥିରେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଥିବା ଦେଖିବାକୁ ମିଳିଛି ।
ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ରେ ଅଧ୍ୟୟନ ରତ ସମସ୍ତ ୧୬ ଜଣ ଛାତ୍ର ଛାତ୍ରୀଙ୍କ ଫଳାଫଳ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି ।
ସେଥି ମଧ୍ୟରୁ ଗ୍ରେଡ଼-ଏ-୧ ରେ ସ୍ବର୍ଗତ ଦିଲ୍ଲୀପ କୁମାର ସାହୁ ଓ ଶିକ୍ଷୟିତ୍ରୀ ବବିତା ସାହୁ ଙ୍କ ପୁତ୍ର ଓମ ପ୍ରସାଦ ସାହୁ ୫୫୨ ନମ୍ବର ରଖି ୯୨% ହାସଲ କରିଥିବା ବେଳେ ଶିକ୍ଷକ ରବିନ୍ଦ୍ର କୁମାର ମଲ୍ଲିକ ଓ ଗୋଲାପ ମଲ୍ଲିକ ଙ୍କ ଝିଅ ଅଭିସପ୍ପା ମଲ୍ଲିକ ୫୪୦ ନମ୍ବର ରଖି ୯୦% ହାସଲ କରିଥିବା ଜଣାପଡିଛି ।
ତାଙ୍କର ଏହି ସଫଳତା ପଛରେ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ, ଗୁରୁମା ତଥା ପିତା ମାତାଙ୍କୁ ଶ୍ରେୟ ମଣିଛନ୍ତି କ୍ଷ ଏ ନେଇ ଶିଶୁମନ୍ଦିର ତରଫରୁ ସମସ୍ତ କୃତକାର୍ଯ୍ୟ ଛାତ୍ର ଛାତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Related Posts

Seo wordpress plugin by www.seowizard.org.