ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି, ଜିଲ୍ଲାରେ ୯୭.୩୧ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୨/୫: ଆଜି ମାଟ୍ରିକ ତଥା ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ତେବେ ଜିଲ୍ଲାରେ ପାସ ହାର ୯୭.୩୧ ପ୍ରତିଶତ ରହିଛି ।
ଖୋର୍ଦ୍ଧା ଶିକ୍ଷା ଜିଲ୍ଲାରେ ୩୩୮ ବିଦ୍ୟାଳୟର ୨୬,୯୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଲାଗି ନାମ ପଞ୍ଜିକରଣ କରିଥିଲେ । ୨୩୦ ଜଣ ପରୀକ୍ଷା କେନ୍ଦ୍ରରେ ଅନୁପସ୍ଥିତ ଥିଲେ ।
ତେବେ ଆଜି ୨୫୯୫୯ ଜଣଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। କିନ୍ତୁ ଏ ୧ ଗ୍ରେଡ୍ର ଚଳିତ ଥର ଭଲ ପ୍ରଦର୍ଶନ ହୋଇନାହେଁ । ଚଳିତ ବର୍ଷ କେବଳ ୧୭୫ ଜଣ ଏ-୧ ପାଇଛନ୍ତି । ୭୯୨ ଜଣ ଏ-୨ ଗ୍ରେଡ୍ର ପାସ୍ କରିଛନ୍ତି ବୋଲି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ସେହିପରି ବି-୧ ରେ ୨୨୪୭, ବି-୨ ରେ ୪୭୮୦, ସି ଗ୍ରେଡ୍ର ୭୨୦୦, ଡି ଗ୍ରେଡରେ ୭୧୮୪, ଇ ଗ୍ରେଡରେ ୩୫୮୧ ଜଣ ପାସ୍ କରିଥିବା ବେଳେ ୭୧୮ ଜଣ ଏଫ୍ ଗ୍ରେଡ୍ ପାଇଛନ୍ତି ।