Odisha News

ମହୁମାଛି ଆକ୍ରମଣରେ ୧୨ ଜଣ ଗୁରୁତର, ସୋନପୁର ଡାକ୍ତରଖାନାରେ ଭର୍ତ୍ତି

ସୋନପୁର, ୭/୪: ଅଙ୍ଗନବାଡିରେ ଅଘଟଣ। ମହୁମାଛି ଆକ୍ରମଣରେ ଅଙ୍ଗନବାଡ଼ି କେନ୍ଦ୍ରରେ ୧୨ ଜଣ ଗୁରୁତର ହୋଇଛନ୍ତି। ବୌଦ୍ଧ କଣ୍ଟାମାଳ ବ୍ଲକ୍ ଦବଲା ପଞ୍ଚାୟତ ବଉଳସିଂହାରେ ଏହି ଅଘଟଣ ଘଟିଛି।
୮ ଶିଶୁଙ୍କ ସମେତ ଅଙ୍ଗନବାଡ଼ିର ୱାର୍କର ଓ ହେଲପର ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି। ଏ ସମସ୍ତ ଗୁରୁତରଙ୍କୁ ସୋନପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ତେବେ ସୂଚନା ମୁତାବକ ଗୁରୁତରଙ୍କ ଅବସ୍ଥା ସ୍ଥିର ରହିଛି। ହସ୍ପିଟାଲଙ୍କ ସେମାନଙ୍କ ଚିକିତ୍ସା ଜାରି ରହିଛି।
ଆଜି ଅଙ୍ଗନବାଡି କେନ୍ଦ୍ରକୁ ୧୫ରୁ ଅଧିକ ପିଲା ପଢ଼ିବା ପାଇଁ ଆସିଥିଲେ। ଏତିକି ବେଳେ ଅଙ୍ଗନବାଡି ପରିସରରେ ଥିବା ଏକ ଗଛ ଉପରେ ମହୁମାଛି ବସା ଥିଲା। ତେବେ କୌଣସି କାରଣ ବଶତଃ ଏହି ମହୁମାଛି ବସାକୁ ଆଘାତ ଲାଗିବା ପରେ ମହୁମାଛିମାନେ ଆକ୍ରମଣ କରିଥାଇପାରନ୍ତି ବୋଲି କୁହାଯାଉଛି। କେହି ଧୂଆଁ କିମ୍ବା କେହି ପଥର ମାରିଦେଇଥିବାରୁ ମହୁମାଛି ଆକ୍ରମଣ କରିଥିବା ନେଇ ଗ୍ରାମବାସୀ କହିଛନ୍ତି।

Related Posts

Seo wordpress plugin by www.seowizard.org.