Odisha News

ମଶାଣି ପାଇଁ ଭୋଟ ବର୍ଜନ ଚେତାବନୀ ଦେଲେ ବାଲିଗୁଡା ଏନଏସିର ତିନି ୱାର୍ଡ଼ବାସୀ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୪/୨:

ରାଜନେତା ଓ ପ୍ରଶାସନ ଙ୍କ ପ୍ରତିଶୃତି ପାଣିର ଗାର ମଶାଣି ନାହିଁ ତ ଭୋଟ ନାହିଁ ଏହି ନାରା ଦେଇଛନ୍ତି ବାଲିଗୁଡା ଏନଏସି ର ତିନି ୱାର୍ଡ଼ବାସୀ । ବାଲିଗୁଡା ଏନଏସି ର ସର୍ବ ବୃହତ୍ତମ ସାହି ରୂପେ ପରିଚିତ ନୂଆସାହି କ୍ଷ ଏନଏସି ର ୫,୬,୭ ନମ୍ବର ଏହି ତିନି ୱାର୍ଡ ବାସୀଙ୍କ ପାଇଁ ସ୍ଥାୟୀ ମଶାଣି ଆଜି ପର‌୍ୟ୍ୟନ୍ତ ନାହିଁ ।
ଦୀର୍ଘ ଶହେବର୍ଷ ରୁ ଉର୍ଦ୍ଧ ହେବ ସାହିବାସିନ୍ଦା ଶବଦାହ କରୁଥିବା ମଶାଣି ଚି଼ହ୍ନଟ ହୋଇନଥିବାରୁ ଲୋକେ ମଶାଣି ରେ ଘର କରିରହିଲେଣି ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଜମି ମାଫିଆ ଙ୍କ କବଳରେ ମଶାଣି, ଧୀରେ ଧୀରେ ମଶାଣି ଜମି ସଂକୁଚିତ ହେଲାଣି । ମଶାଣି ରେ ଶବଗୃହ ଆଲୋକ ପାଣି ବ୍ୟବସ୍ଥା ଆଦୌନାହିଁ । ତିନି ୱାର୍ଡ଼ରେ ବସବାସ କରୁଥିବା ୬ ହଜାର ରୁ ଉର୍ଦ୍ଧ ଲୋକେ ଖରା ବର୍ଷା ଶୀତ ରେ ୱାର୍ଡବାସୀ ଶବଦାହ କରିବାକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଦୁଇ ବର୍ଷତଳେ ବି ଏସ ଏଫ ଯବାନ ଶହୀଦ ଦିନେଶ ପାତ୍ର ଙ୍କ ଶେଷକୃତ୍ୟ ସମୟରେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ଏବଂ ତତ୍କାଳୀନ ଉପଜ଼ିଲ୍ଲାପାଳ ଉପସ୍ଥିତ ଥିଲେ । ୱାର୍ଡ଼ବାସୀ ଙ୍କ ଅଭିଯୋଗ କ୍ରମେ ଖୁବ ଶୀଘ୍ର ମଶାଣିର ଜମି ଚି଼ହ୍ନଟ ଶବ ଗୃହ ପାଚେରୀ ଆଲୋକ ଏବଂ ପାଣି ବ୍ୟବସ୍ଥା କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ କିନ୍ତୁ ସବୁ ପ୍ରତିଶୃତି ପାଣିର ଗାର ବୋଲି କହିଛନ୍ତି ୱାର୍ଡ ବାସୀ । ତୁରନ୍ତ ମଶାଣି ରେ କାମ ନହେଲେ ଆଗାମୀ ପୌର ନିର୍ବାଚନ କୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଏହି ତିନି ୱାର୍ଡବାସୀ।

Related Posts

Seo wordpress plugin by www.seowizard.org.