Odisha News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶାଳକଙ୍କର ମୃତ୍ୟୁ, ଭିଣୋଇ ଗୁରୁତର

ଢେଙ୍କାନାଳ,୧୫।୧୦: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜାତୀୟ ରାଜପଥ ବାରିହାପୁର କାମାକ୍ଷାନଗରିଆ ଢାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଆଇଚର ଧକ୍କାରେ ଶଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଭିଣୋଇ ଗୁରୁତର ହୋଇଛନ୍ତି । ମୃତକ ପରଜଙ୍ଗ ଥାନା ବାରିହାପୁର ଗାଁର ଶାନ୍ତନୁ ସାହୁ ହୋଇଥିବା ବେଳେ ଗୁରୁତର କାମାକ୍ଷାନଗର ଥାନା ଶିବିଳାପଶି ଗାଁର ବିଷ୍ଣୁ ବିଶ୍ୱାଳ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଉଭୟ ଖୁଣ୍ଟିଆ ଢ଼ାବା ରେ ରାତିଭୋଜନ ସାରି ଏକ ବାଇକରେ ବାରିହାପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ ସାମ୍ନା ପଟୁ ଏକ ଆଇଚର ଗାଡି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟଙ୍କୁ ଗୁରତର ଅବସ୍ଥାରେ ପ୍ରଥମେ ପରଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ।
ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ସେଠି ଡାକ୍ତର ଶାନ୍ତନୁକୁ ମୃତ ଘୋଷଣା କରିଥିବା ବେଳେ ଭିଣେଇ ବିଷ୍ଣଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ସେପଟେ ଦୁର୍ଘଟଣା ଘଟାଇଥିବା ଆଇଚର ଗାଡି ଓ ଚାଳକକୁ ପୋଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

Related Posts

Seo wordpress plugin by www.seowizard.org.