Odisha News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍କୁ ଧକ୍କା ଦେଲା ଟ୍ରକ, ୩ ମୃତ

ଭବାନୀପାଟଣା,୮/୧: କ୍ରିକେଟ୍ ମ୍ୟାଚ୍ ଖେଳି ବାଇକ୍ରେ ଘରକୁ ଫେରୁଥିଲେ ୩ ଯୁବକ। ହେଲେ ବିଚ୍ ରାସ୍ତାରେ ପିଟିଦେଲା ଟ୍ରକ୍। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି।
ରକାବାହାଲି ଗାଁର ଅକ୍ଷୟ ଗୌଡ଼,ଟୁଟୁ ଗୌଡ଼ ଓ ରଘୁ ଗୌଡ଼ ଉତ୍କେଲାକୁ କ୍ରିକେଟ୍ ମ୍ୟାଚ ଖେଳିବା ପାଇଁ ଯାଇଥିଲେ। ଖେଳ ସରିବା ପରେ ସେମାନେ ସେଠାରୁ ବାଇକ୍ରେ ଘରକୁ ଫେରୁଥିଲେ। ତେବେ ୨୬ ନମ୍ୱର ଜାତୀୟ ରାଜପଥର ପାଷ୍ଟିକୁଡ଼ି ନିକଟରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଚାଳକ ଟ୍ରକ ଛାଡ଼ି ଚମ୍ପଟ ମାରିଛି।
ଅନ୍ୟପକ୍ଷରେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଏନ୍ଏଚ୍ ଅବରୋଧ କରିଛନ୍ତି। ଯାହାଫଳରେ କେସିଙ୍ଗା-ଭବାନୀପାଟଣା ମଧ୍ୟରେ ଯିବା ଆସିବା ଠପ୍ ହୋଇଯାଇଛି। ବ୍ୟସ୍ତ ବହୁଳ ରାସ୍ତାରେ ଶହଶହ ଗାଡ଼ି ଛିଡ଼ା ହୋଇଛି। ଭବାନୀପାଟଣା ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। କିନ୍ତୁ ଉତ୍ତ୍ୟକ୍ତ ଲୋକମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି।

Related Posts

Seo wordpress plugin by www.seowizard.org.