Odisha News

ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ଲାଗି କଟକଣା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର, ୧୧/୧: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଫଳରେ ବିଭିନ୍ନ ପର୍ବପର୍ବାଣୀରେ କଟକଣା ଜାରି କରାଯାଉଛି । ଏହି ପରିପ୍ରେକ୍ଷୀରେ ମକର ସଂକ୍ରାନ୍ତି ଓ ପୋଙ୍ଗଲରେ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି ।
ଗାଇଡ୍ ଲାଇନ୍ ଅନୁଯାୟୀ, ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସଂକ୍ରାନ୍ତି ଓ ପୋଙ୍ଗଲରେ ଜଳାଶୟରେ ଏକାଠି ହେବେନି ଶ୍ରଦ୍ଧାଳୁ ।
ନଦୀ କୂଳ, ପୋଖରୀ ଘାଟରେ ଏକାଠି ହେବାକୁ ବାରଣ କରାଯାଇଛି । ଜଳାଶୟରେ ବୁଡ ପକାଇବାକୁ ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି ।
ମକର ସଂକ୍ରାନ୍ତି ଓ ପୋଙ୍ଗଲ ଅବସରରେ ମନ୍ଦିରରେ କେବଳ ରୀତିନୀତି ଅନୁଷ୍ଠିତ ହେବ । ମନ୍ଦିର ଭିତରକୁ ପ୍ରବେଶ କରିପାରିବେନି ଶ୍ରଦ୍ଧାଳୁ ।

Related Posts

Seo wordpress plugin by www.seowizard.org.