Odisha News

ଭୁବନ-କାମାକ୍ଷାନଗର ବିକାଶ ସମିତି ଗଠିତ, ଅରୁଣ କୁମାର ନାୟକ ସଭାପତି ଭାବେ ମନୋନିତ

Bhuban-Kamakshyanagar Bikash Samiti formed, dramatist Arun Nayak elected president

By Akshya Rout

ଭୁବନ, ୨୫ ।୧: ଗ୍ରାମାଂଚଳରେ ବସବାସ କରୁଥିବା ଲୋକମାନେ ସଚେତନତା ଅଭାବରୁ ଅନେକ ସରକାରୀ ଯୋଜନାରୁ ବଂଚିତ ହେଇଥାନ୍ତି । କେତେକାଂଶରେ ଲକ୍ଷ କରାଯାଏ ଯେ କେନ୍ଦ୍ରୀୟ ତଥା ରାଜ୍ୟ ସ୍ତରରେ ପ୍ରଣୟନ ହେଉଥବବା ବିକାଶୋନ୍ମୁଖୀ ଯୋଜନା ଗୁଡିକ ସମ୍ପର୍କରେ କେତେ ଗୁଡିଏ ଗ୍ରାମାଂଚଳର ଲୋକ ଜାଣି ମଧ୍ୟ ପାରନ୍ତି ନାହିଁ । ଗ୍ରାମଂଚଳରେ ସାମୁହିକ ବିକାଶ ତଥା ସମାଜ ସଂସ୍କାରକୁ ମୂଳ ଲକ୍ଷ କରି ବିଭିନ୍ନ ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରିବା, ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସରକାରୀ ସୁବିଧା ପହଂଚେଇବା ଏବଂ ଅନ୍ୟାନ୍ୟ ସାମାଜିକ ଓ ଉନ୍ନୟନମୂଳକ କାର୍ଯ୍ୟରେ ନିଜକୁ ସାମିଲ କରିବା ଊଦ୍ଦେଶ୍ୟରେ ନାଟ୍ୟକାର ତଥା ସ୍ତମ୍ଭକାର ଅରୁଣ କୁମାର ନାୟକଙ୍କ ଆବାହନକ୍ରମେ ଗଢି ଉଠିଛି “ଭୁବନ – କାମାକ୍ଷାନଗର ବିକାଶ ସମିତି” ।
କାମାକ୍ଷାନଗର ଉପଖଣ୍ଡରେ ଥିବା ସମସ୍ତ ଗ୍ରାମ ପଂଚାୟତ ତଥା ପୌରପରିଷଦ ଅଥବା ନଗରପାଳିକାରେ ଏଇ “ଭୁବନ – କାମାକ୍ଷାନଗର ବିକାଶ ସମିତି” ତା’ର ସାମାଜିକ, କଳା, ସାହିତ୍ୟ, ସାଂସ୍କୃତିକ ତଥା ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗୁଡିକୁ ସଫଳତାର ସହ ପରିଚାଳନା କରିବା ସହିତ ସାଧାରଣ ଜନତା, ଶାସକ ଏବଂ ପ୍ରଶାସକ ମଧ୍ୟରେ ଏକ ସେତୁ କିମ୍ବା ସଂଯୋଗର ସୂତ୍ର ସ୍ଥାପନ କରିବ ।
ଇତି ମଧ୍ୟରେ ଅରୁଣ କୁମାର ନାୟକଙ୍କ ଆବାହନ କ୍ରମେ ତଥା ଜମୁନାକୋଟ ଗ୍ରାମପଂଚାୟତର ସରପଂଚ ଶ୍ରୀ ରଞ୍ଜନ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ତା୨୨/୦୧/୨୦୨୩ ରିଖ ପୂର୍ବାହ୍ନ ୧୧ଘଟିକାରେ ଜମୁନାକୋଟ ସ୍ଥିତ କଲ୍ୟାଣ ମଣ୍ଡପରେ ଏକ ସାଧାରଣ ସଭା ଅନୁଷ୍ଠିତ ହେଇ “ଭୁବନ – କାମାକ୍ଷାନଗର ବିକାଶ ସମିତି” ଔପଚାରିକ ଭାବରେ ଗଠନ କରାଯାଇଛି । ଏହା ଏକ ସମ୍ପୂର୍ଣ୍ଣ ଅଣରାଜନୈତିକ ସଂଘ ଭାବରେ ଅଂଚଳବାସୀଙ୍କ ନିମନ୍ତେ ଉତ୍ସର୍ଗୀକୃତ ହେବାକୁ ଯାଉଛି ।
ସାଧାରଣ ସଭାରେ ଉପସ୍ଥିତ ଜନସାଧାରଣଙ୍କ ସର୍ବସମ୍ମତିକ୍ରମେ ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଛି । ଏଥିରେ ସଭାପତି ଭାବରେ ନାଟ୍ୟକାର ତଥା ସ୍ତମ୍ଭକାର ଶ୍ରୀ ଅରୁଣ କୁମାର ନାୟକଙ୍କୁ ଅଧ୍ୟକ୍ଷ ଭାବରେ ଚୟନ କରାଯାଇଥିବା ସ୍ଥଳେ, ଚାଟାର୍ଡ ଆକାଉଟାଂଟ୍ ଶ୍ରୀ ଉମାକାନ୍ତ ସାହୁଙ୍କୁ ସାଧାରଣ ସଂପାଦକ ଭାବରେ ଚୟନ କରାଯାଇଛି । ଏତଦ୍‌ବ୍ୟତୀତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଅମୀୟ କୁମାର ନାୟକ ଏବଂ ଯୁବ ସମାଜସେବୀ ମାନସ କୁମାର ବେହେରାଙ୍କୁ ଉପସଭାପତି ଭାବରେ ମନୋନିତ କରାଯାଇଥିବା ସ୍ଥଳେ ସହ ସମ୍ପାଦକ ଭାବରେ ସମାଜସେବୀ ଶ୍ରୀମତୀ ସୁଚିତ୍ରା ବାରିକ ଏବଂ ସୁରେଶ କୁମାର ପରିଡା, କୋଷାଧ୍ୟକ୍ଷ ଭାବରେ ଜମୁନାକୋଟ ଗ୍ରାମପଂଚାୟତର ସମାଜସେବୀ ଶ୍ରୀ ବିରଂଚି ନାୟକଙ୍କୁ ମନୋନିତ କରାଯାଇଛି ।
ଆଗାମୀ ଦିନରେ “ଭୁବନ – କାମାକ୍ଷାନଗର ବିକାଶ ସମିତି”କୁ ଆହୁରି ସୁଦୃଢ କରି କାର୍ଯ୍ୟକ୍ଷମ କରିବାକୁ କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଭୁକ୍ତ ସମସ୍ତ ଗ୍ରାମପଂଚାୟତରୁ ଏବଂ ପୌରାଂଚଳରୁ ସମାଜସେବା ମନୋବୃି ରଖିଥିବା ବ୍ୟକ୍ତିମାନଙ୍କୁ ଏଥିରେ ସଦସ୍ୟ/ସଦସ୍ୟା ଅକାରରେ ଗ୍ରହଣ କରାଯିବ । ଏଇ ବିକାଶ ସମିତି ତରଫରୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ତଥା କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଖୁବ୍ ଶୀଘ୍ର ବିଭିନ୍ନ ପ୍ରକାରର ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ।
“ଭୁବନ – କାମାକ୍ଷାନଗର ବିକାଶ ସମିତି” ର ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ନାୟକ ନିକଟ ଭବିଷ୍ୟତରେ “ଭୁବନ – ମହୋତ୍ସବ” ପାଳନ ନିମନ୍ତେ ପ୍ରସ୍ତାବ ରଖିବା ସହ ତାର ଏକ ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ । ଅନୁଷ୍ଠିତ ହୋଇଯାଇଥିବା ସାଧାରଣ ସଭାରେ ସମିତିର ଉଦ୍ଦେଶ୍ୟ ଓ ଏହାର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସଭାପତି ଓ ସାଧାରଣ ସମ୍ପାଦକ ଆଲୋଚନା କଲାପରେ ରଞ୍ଜନ ବାରିକ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Related Posts

Seo wordpress plugin by www.seowizard.org.