Odisha News

ଭୁବନେଶ୍ୱର ସ୍ଥିତ ନାଲକୋ ଛକ ନିକଟରୁ ଏକ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୧୫/୪: ରାଜଧାନୀ ଭୁବନେଶ୍ୱରର ନାଲକୋ ଛକରେ ଗଛରେ ବନ୍ଧା ହୋଇଛି ମୃତଦେହ। ନାଲକୋ ଛକରେ ଥିବା ଏକ ବଡ଼ ଗଛରେ ବେକକୁ ଗାମୁଛାରେ ବନ୍ଧା ହୋଇ ବସିଥିବା ଅବସ୍ଥାରେ ଜନୈକ ଯୁବକର ମୃତଦେହ ଦେଖିବାକୁ ମିଳିଛି।
ଏଯାଏ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି।
ବ୍ୟକ୍ତିଜଣକ ବେକରେ ଗାମୁଛା ଦେଇକି ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ଜଣା ପଡୁଥିବା ବେଳେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Related Posts

Seo wordpress plugin by www.seowizard.org.