Odisha News

ଭୁବନେଶ୍ୱର ଏଟିଏମ ଲୁଟ ଘଟଣା, ବାଙ୍ଗଲୋରରୁ ୨ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ବର ୧୬/୪: ଭୁବନେଶ୍ବର ଲିଙ୍ଗିପୁର ଏଟିଏମ୍ ଲୁଟ୍ ଘଟଣାରେ ବାଂଲାଦେଶ ଲିଙ୍କ । ସ୍ପେଶାଲ ସ୍କ୍ବାଡ ପଞ୍ଝାରେ ୨ ଆନ୍ତଃରାଜ୍ୟ ଏଟିଏମ ଲୁଟେରା । ବାଙ୍ଗାଲୋରରୁ ୨ ବାଂଲାଦେଶୀ ଏଟିଏମ୍ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସ ।
୨ ଅଭିଯୁକ୍ତ ହେଲେ ବାଲାଂଦେଶର ଖୋକନ ମୂଲା ଏବଂ ମିରାଜୁନ ମେହବାନ ମୂଲା । ଘଟଣାରେ ଅନ୍ୟ ୪ଜଣ ଲୁଟେରାଙ୍କ ସଂପୃକ୍ତି ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ଛାନଭିନ୍ ଚଳାଇଛି ।
ଏମାନେ ଓଡିଶା ସମେତ ରାଜସ୍ଥାନ , ଦିଲ୍ଲୀ କୋଲକାତା ତେଲେଙ୍ଗାନାରେ ସମାନ ଢଙ୍ଗରେ ଏଚିଏମ୍ ଲୁଟ କରିଥିବା ପୋଲିସ କମିଶନର କହିଛନ୍ତି ।
ଖବର ଅନୁଯାୟୀ, କିଛି ଦିନ ତଳେ ରାଜସ୍ଥାନରେ ଯେଉଁ ଷ୍ଟାଇଲରେ ଏଟିଏମ୍ ଲୁଟ କରିଥିଲେ, ଲିଙ୍ଗିପୁର ଏଟିଏମ୍ ଲୁଟ ସମାନ ଷ୍ଟାଇଲରେ ହୋଇଥିଲା ।
ଗତ ୫ ତାରିଖରେ ଶିଶୁପାଳଗଡ଼ ଲିଙ୍ଗିପୁରସ୍ଥିତ ଝଈଓ ଏଟିଏମ୍ ତାଡିନେଇଥିଲେ ଦୁର୍ବୃତ୍ତ । ଏଟିଏମ୍ ବକ୍ସରୁ ଟଙ୍କା ଖାଲି କରି ଦୟା ନଦୀ କୂଳରେ ଫୋପାଡି ଦେଇଥିଲେ ।
ସେଠାରୁ ଭଙ୍ଗା ଏଟିଏମ୍ ସହ ଚୋରା ଟାଟା ଏସିଇ ଗାଡି ଜବତ କରିଥିଲା ପୋଲିସ । ପ୍ରଥମ ଥର ପାଇଁ ଲୁଟେରାମାନେ ଏଟିଏମ ତାଡି ନେବା ଘଟଣା ଦେଖା ଯାଇଥିଲା। ଏ ଘଟଣାକୁ ତର୍ଜମା କରିବା ପରେ ଜଣା ପଡ଼ିଥିଲା ବହୁ ରାଜ୍ୟରେ ଏଭଳି ଘଟଣା ଘଟିଛି।
ଏହିପରି ଘଟଣା ଦିଲ୍ଲୀରେ ଘଟିଥିବା ବେଳେ ୨ ଲୁଟେରାଙ୍କୁ ଗିରଫ କରାଯାଇଥିଲା । ଏହି ଗ୍ୟାଙ୍ଗକୁ ଧରିବା ପାଇଁ କମିଶନରେଟ ପୋଲିସର ଏକ ଟିମ ବେଙ୍ଗାଲୁରୁ ଯାଇଥିଲା।
ସେଠି ବିଭିନ୍ନ ହୋଟେଲ ସର୍ଚ୍ଚ କରିବା ପରେ ଏହି ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ ପୋଲିସ ।

Related Posts

Seo wordpress plugin by www.seowizard.org.