Odisha News

ଭୁବନେଶ୍ୱରରେ ସହିଦ ସରୋଜଙ୍କ ପାର୍ଥିବ ଶରୀର, ଦିଆଗଲା ଗାର୍ଡ ଅଫ୍ ଅନର

ଭୁବନେଶ୍ବର,୭/୧୦: ସିକିମ ବନ୍ୟାରେ ସହିଦ ହୋଇଥିବା ସରୋଜ ଦାସଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହାପରେ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହାପରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି, ବିଜେପି ନେତା ଦିଲୀପ ମଲ୍ଲିକ, ସୁରଥ ବିଶ୍ବାଳଙ୍କ ସମେତ କେତେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ସରୋଜ ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ବିମାନବନ୍ଦରରେ ସହିଦଙ୍କ ବାପା ଓ ଭାଇ ଉପସ୍ଥିତ ଥିବା ଜଣାଯାଇଛି।
ଏହାପରେ ସ୍ବତନ୍ତ୍ର କରିଡରରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯିବ। ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ସରୋଜଙ୍କ ଗାଁ କାମାକ୍ଷାନଗର ଥାନା ଦୀଘି ପଞ୍ଚାୟତର କେନ୍ଦୁଢ଼ିପରେ ପହଞ୍ଚିବ। ଗାଁରେ ଶେଷଦର୍ଶନ ସହ ରାଷ୍ଟ୍ରୀୟ ମର‌୍ୟ୍ୟାଦାର ସହ ଗାଁ ଶ୍ମଶାନରେ ସହିଦଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସରୋଜଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Related Posts

Seo wordpress plugin by www.seowizard.org.