Odisha News

ଭୁବନେଶ୍ୱରରୁ ୪୫ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୪୦୦ ଟପିଲା

ଭୁବନେଶ୍ୱର,୪/୭: ଭୁବନେଶ୍ୱର ସହରରୁ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୫ରୁ ୩୭ କ୍ୱାରେଣ୍ଟିନରେ ଥିବା ବେଳେ ୮ ଜଣ ଲୋକାଲ କଣ୍ଟା କେସ୍ ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ମଞ୍ଚେଶ୍ୱର ପ୍ରତିଦିନ ଅଫିସ ନିକଟରୁ ଆଉ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାମନ୍ତରାପୁର ନୂଆଗାଁରୁ ମଧ୍ୟ ୬ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଏକ ଘରୋଇ ହସ୍ପିଟାଲର ୩ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ମୈତ୍ରୀ ବିହାରରୁ ଜଣେ, ଆଇଗିଣିଆରୁ ଜଣେ, ସତ୍ୟନଗରରୁ ଜଣେ, ମଞ୍ଚେଶ୍ୱର କଳିଙ୍ଗ ବେକେରୀ ନିକଟରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲର ୪ କର୍ମଚାରୀ ମଧ୍ୟ କୋଭିଡ୍ ପଜିଟିଭ୍ ହୋଇଛନ୍ତି।
ସେହିଭଳି ସହିଦନଗର, ଭରତପୁର, ହଂସପାଳ, ଚକେଇସିଆଣି, ଲକ୍ଷ୍ମୀସାଗର, ୟୁନିଟ-୪, ଅଶୋକନଗର, ବରମୁଣ୍ଡା, ଓଲ୍ଡ ଟାଉନରୁ ଜଣେ ଲେଖାଏଁ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ତେବେ ବରମୁଣ୍ଡା, କେଦାରଗୌରୀ, ସାଲିଆ ସାହି, ଖଣ୍ଡଗିରି, ଡୁମୁଡୁମା, ଓଲ୍ଡ ଟାଉନରୁ ଜଣେ ଲେଖାଏଁ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ୟୁନିଟ-୪ ଏମ୍ଏଲଏ କଲୋନୀରୁ ଜଣେ, ଚନ୍ଦ୍ରଶେଖରପୁରରୁ ଜଣେ ଲୋକାଲ କେସ୍ ରହିଛି।
ଏହି ନୂଆ ଆକ୍ରାନ୍ତଙ୍କ ସହିତ ଆଜି ଭୁବନେଶ୍ୱର ୩୧ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଥିବା ସୂଚନା ଦେଇଛି ବିଏ୍‌ସି ।
ଆଜି ରାଜ୍ୟରୁ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦେଇଥିଲା।
୪୯୫ ମଧ୍ୟରୁ ୩୫୫ କ୍ୱାରେଣ୍ଟିନରୁ, ୧୪୦ ଲୋକାଲ୍ କେସ ରହିଛି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୬୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୫,୭୦୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୮୫୩ ଜଣ ଚିକିତ୍ସାଧୀନ ଅଛନ୍ତି।

-Odishatv

Related Posts

Seo wordpress plugin by www.seowizard.org.