Odisha News

ଭୁବନେଶ୍ୱରରୁ ପୁଣି ୬୦ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୬/୭: ରାଜଧାନୀ ଭୁବନେଶ୍ୱରରରୁ ଗୁରୁବାର ଦିନ ପୁଣି ନୂଆ ୬୦ଜଣ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୪୦ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨୦ଜଣ ସ୍ଥାନୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ନେଇ ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ସ୍ଥାନୀୟ ସଂକ୍ରମିତମାନେ ହେଲେ ଭୀମଟାଙ୍ଗିର ୫୦ ବର୍ଷୀୟ ବୃଦ୍ଧ, ଆଚାର‌୍ୟ୍ୟ ବିହାରର ୨୧ ଓ ୩୮ ବର୍ଷୀୟ ଦୁଇ ଯୁବକ, ଜୟଦେବ ବିହାରର ୨୬ ଓ ୨୧ ବର୍ଷର ଦୁଇ ଯୁବକ, ଜାଗମରାର ୩୮ ବର୍ଷୀୟ ଯୁବକ, ବମିଖାଲର ୪୨ ବର୍ଷୀୟ ଯୁବକ । ସେହିପରି ପଟିଆରେ ମଧ୍ୟ ଜଣେ ୩୫ ବର୍ଷୀୟ ବ୍ୟକ୍ତି, ନୟାପଲ୍ଲୀ ବେହେରା ସାହିରୁ ୫୬ ବର୍ଷୀୟ ବୃଦ୍ଧ, ସାଲିଆ ସାହିରୁ ୩୫ ବର୍ଷୀୟା ମହିଳା ଓ ଏକ କେନ୍ଦ୍ରୀୟ ହସ୍ପିଟାଲର ଜଣେ ୨୯ ବର୍ଷୀୟ ବ୍ୟକ୍ତି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଏତତ୍ ବ୍ୟତୀତ ଏକ ସରକାରୀ ହସ୍ପିଟାଲର ୨୪, ୨୪ ଓ ୨୯ ବର୍ଷୀୟ ଯୁବକ, ନୟାପଲ୍ଲୀ ଆଇଆରସି ଭିଲେଜର ୨୧ ବର୍ଷୀୟା ଯୁବତୀ, ସାଲିଆ ସାହିର ୩୪ ଓ ୪୩ ବର୍ଷୀୟ ଦୁଇ ବ୍ୟକ୍ତି, ଶ୍ୟାମପୁରର ୩୪ ବର୍ଷୀୟ ବ୍ୟକ୍ତି, ଏକାମ୍ର ବିହାରର ୪୫ ବର୍ଷୀୟ ବ୍ୟକ୍ତି ଓ ଘାଟିକିଆର ଜଣେ ୪୬ ବର୍ଷୀୟା ମହିଳା ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଗୁରୁବାର ରାଜଧାନୀରେ ୧୮ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ୪୦୩ ଜଣ ସୁସ୍ଥ ହୋଇଥିବା ବେଳେ ଏବେବି ୫୦୪ଟି ସକ୍ରିୟ କେସ୍ ରହିଛି । ଏହାସହ ୧୧ ଜଣ ପ୍ରାଣ ମଧ୍ୟ ହରାଇଛନ୍ତି ।

Related Posts

Seo wordpress plugin by www.seowizard.org.