Odisha News

ଭୁବନେଶ୍ୱରରୁ କୋକେନ୍ ଜବତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧/୯: ଚଳିତବର୍ଷ ଏପ୍ରିଲ ମାସରେ ରାଜଧାନୀ ଭୁବନେଶ୍ୱରରୁ ୨୦୨ ଗ୍ରାମ କୋକେନ୍ ଜବତ ଘଟଣାରେ ଆଉ ଜଣଙ୍କୁ ଗିରଫ କରାଯାଇଛି ।
ତାଙ୍କର ନାଁ ଗୁଲବେଶ ଖାନ । ତାଙ୍କୁ ଉତ୍ତରପ୍ରଦେଶ ଗାଜିଆବାଦରୁ ଗିରଫ କରିଛି ଏସଟିଏଫ । ଟ୍ରାଞ୍ଜିଟ ଡିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି । ତାଙ୍କୁ ପଚରାଉଚରା କରାଯାଉଛି । ପୂର୍ବରୁ ଏହି ଘଟଣାରେ ରାଜସ୍ଥାନ ଚୁରୁ ଜିଲ୍ଲା ହାମିର୍ବାସ ଅଞ୍ଚଳର ରଭି ସିଂ ଓ ଝୁନ୍ଝୁନ୍ ଜିଲ୍ଲା ଖାଡଖାଡ଼ି ଅଞ୍ଚଳର ସନ୍ନି କୁମାରଙ୍କୁ ଗିରଫ କରାଯାଇଥିଲା।
ସନ୍ନି ନୂଆପଲ୍ଲୀ ଥାନା ସାଲିଆସାହି ତାରିଣୀନଗର ଅଞ୍ଚଳରେ ରହୁଥିବାବେଳେ ଜବତ କୋକେନ୍ର ମୂଲ୍ୟ ୨କୋଟି ଟଙ୍କାରୁ ଊର୍ଧ୍ବ ହେବ ବୋଲି ଅନୁମାନ କରାଯାଇଥିଲା ।
ତେବେ କୋକେନ୍ ଜବତ ଘଟଣା ରାଜ୍ୟରେ ପ୍ରଥମ। ଏହି ଗ୍ୟାଙ୍ଗର ଚେର ରାଜଧାନୀରୁ ଦିଲ୍ଲୀ ଯାଏ ଲମ୍ବିଥିବା ଜଣାପଡ଼ିଥିଲା। ଆଉ ଏନେଇ ଏସଟିଏଫ ତଦନ୍ତ ଜାରି ରଖିଥିବାବେଳେ ଆଜି ଗୁଲବେଶକୁ ଗିରଫ କରାଯାଇଛି ।
ଏହି କୋକେନ୍ ଚାଲାଣ ଘଟଣାରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଛି ଏସଟିଏଫ ଏସପି କିଶୋର କୁମାର ପାଣିଗ୍ରାହୀ କହିଛନ୍ତି ଜ୍ଝ ଉଲ୍ଲେଖ ଥାଉ କି ସେତେବେଳେ ଏସ୍ଟିଏଫ୍ ଟିମ୍ ପ୍ରଥମ ଥର ପାଇଁ ରାଜଧାନୀରୁ ୨୦୨ ଗ୍ରାମ ଓଜନର କୋକେନ୍ ଜବତ କରିବା ସହ ଦୁଇ ମାଫିଆଙ୍କୁ ଗିରଫ କରିଥିଲା । ଦିଲ୍ଲୀର ତୁର୍କମାନ ଗେଟ୍ରୁ କୋକେନ୍ର ମୁଖିଆ ଆପ୍ରେସନ କରୁଥିଲା ବୋଲି ଏସ୍ଟିଏଫ୍ ଜାଣିବାକୁ ପାଇଥିଲା ।
ଭୁବନେଶ୍ୱରଭର ଟାର୍ଗେଟ କଷ୍ଟମର ଥିଲେ ହକି ବିଶ୍ବକପ୍ର ଦର୍ଶକ। ବିଦେଶୀମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ରାଜସ୍ଥାନୀ ଯୁବକ ଦ୍ବୟ ଭୁବନେଶ୍ୱରକୁ କୋକେନ୍ ଆଣିଥିଲେ ବୋଲି ସନ୍ଦେହ କରାଯାଇଥିଲା । ବିଶେଷ କରି ଧନୀ ଓ ବଡ଼ ବଡ଼ କଲେଜର ସମ୍ଭ୍ରାନ୍ତ ଘରର ଛାତ୍ରଙ୍କୁ କୋକେନ୍ ଯୋଗାଇବା ଥିଲା ମୂଳ ଲକ୍ଷ୍ୟ ଥିଲା ।

Related Posts

Seo wordpress plugin by www.seowizard.org.