Odisha News

ଭୁବନେଶ୍ଵରରେ ଆଉ ଚିହ୍ନଟ ହେଲେ ୮୭ କରୋନା ପଜିଟିଭ୍

ଭୁବନେଶ୍ଵର ୧୮।୭: ରାଜ୍ୟରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ପ୍ରୟାସ ପରେ ବି କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। ବିଶେଷ କରି ରାଜ୍ୟର ୪ ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରୁ ଦୈନିକ ହୁ ହୁ ହୋଇ କରୋନା ସଂକ୍ରମଣ ବଢି ଚାଲିଛି। ଖୋର୍ଦ୍ଧାର ତଥା ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ପ୍ରତି ଦିନ ୫୦ରୁ ଉର୍ଦ୍ଧ୍ଵ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି କ୍ରମରେ ଭୁବନେଶ୍ଵରରୁ ଆଜି ୮୭ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଶେଷ କରି ଅଧାରୁ ଅଧିକ ଲୋକାଲ କେସ୍ ରହିଛି, ଯାହା ବିଏମସିର ଚିନ୍ତାକୁ ବଢାଇ ଦେଇଛି। ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୦କୁ ବୃଦ୍ଧି ଘଟିଛି। ଭୁବନେଶ୍ଵର ମହାନଗର ନିଗମ(ବିମଏସି) ପକ୍ଷରୁ ଟ୍ଵିଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।
ବିଏମସି ଅନୁଯାୟୀ ଆଜି ରାଜଧାନୀରେ ୮୭ ନୂତନ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୧ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୬ଟି ଲୋକାଲ୍ କେସ୍ ରହିଛି। ଏହାକୁ ମିଶାଇ ଭୁବନେଶ୍ଵରେ କରୋନା ସଂକ୍ରମିତ ସଂଖ୍ୟା ୧୧୩୦କୁ ବୃଦ୍ଧି ଘଟିଛି। ସେହି ପରି ଏହି ୨୪ ଘଣ୍ଟାରେ ଭୁବନେଶ୍ଵରରେ ୩୭ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ୍ ସୁସ୍ଥ ସଂଖ୍ୟା ୪୯୪କୁ ବୃଦ୍ଧି ଘଟିଛି। ଅଦ୍ୟାବଧି ମହାମାରୀରେ ୧୧ ଜଣଙ୍କ ମୃତ୍ୟୁ ଘଟି ସାରିଛି। ରାଜଧାନୀର ବିଭିନ୍ନ କୋଭିଡ୍-୧୯ ହସ୍ପିଟାଲରେ ୬୨୪ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି।
ସବୁଠୁ ଚିନ୍ତାର ବିଷୟ ରାଜ୍ୟରେ ଅଧିକ ଗୋଷ୍ଠୀ ସଂକ୍ରମଣ କେସ୍ ରାଜଧାନୀରେ ରହିଛି। ପ୍ରତିଦିନ ଚିହ୍ନଟ ହେଉଥିବା ନୂତନ ସଂକ୍ରମିତଙ୍କ ମଧ୍ୟରେ ଲୋକାଲ୍ କେସ୍ ଅର୍ଦ୍ଧାଧିକ ରହିଛି। ଏହା ରାଜ୍ୟ ସରକାର ସହିତ ବିମଏସି କର୍ତ୍ତୃପକ୍ଷଙ୍କୁ ମଧ୍ୟରେ ଚିନ୍ତାରେ ପକାଉଛି। ଫଳରେ ଭୁବନେଶ୍ଵରରେ ଲକ୍ଡାଉନ୍ ପୁଣି ଥରେ କଡାକଡି କରାଯାଇଛି।

-News7

Related Posts

Seo wordpress plugin by www.seowizard.org.