Odisha News

ଭୁବନେଶ୍ବରରୁ ପୁଣି ୧୩ କରୋନା ସଂକ୍ରମିତ ଚିହ୍ନଟ, ୫ ଜଣ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ବର ୨।୭: ଭୁବନେଶ୍ବରରୁ ପୁଣି ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ୧୩ଜଣଙ୍କ ମଧ୍ୟରେ ୮ଜଣ ଘରୋଇ ସଙ୍ଗରୋଧରେ ଥିବା ବେଳେ ୫ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଏହା ସହ ଆଜି ୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପକ୍ଷରୁ ଟୁଇଟର ଯୋଗେ ସୂଚନା ଦିଆଯାଇଛି।
ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୪୫ରେ ପହଞ୍ଚିଛି । ଏଥିମଧ୍ୟରୁ ୨୦୧ ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୩୯ ଟି ଆକ୍ଟିଭ୍ କେସ୍ ରହିଛି ।
ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଖଣ୍ଡଗିରି ସାରଦାପଲ୍ଲୀ ବସ୍ତି ୨୧ ବର୍ଷୀୟ ଯୁବତୀ ସଂକ୍ରମିତ ହୋଇଛନ୍ତି। ତାଙ୍କର ଟ୍ରଭେଲ ହିଷ୍ଟ୍ରି ଯାଜପୁର ଥିବା ସୂଚନା ଦିଆଯାଇଛି।

ସେହିଭଳି ପୁରୁଣା ଟାଉନ୍ ଭିମଟାଙ୍ଗୀ ରୋଡ୍ ଅଞ୍ଚଳରୁ ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସାଲିଆ ସାହି ଅଞ୍ଚଳରୁ ୫୫ ବର୍ଷୀୟ ବୃଦ୍ଧା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ରେଲଓ୍ବେର କର୍ମଚାରୀ ଅଟନ୍ତ। ସେହିଭଳି ନୀଳାଦ୍ରି ବିହାର ଅଞ୍ଚଳରୁ ଜଣେ ୫୭ ବର୍ଷୀୟା ବୃଦ୍ଧା କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ପରିବାରର ଜଣେ ସଦସ୍ୟ କିଛି ଦିନ ପୂର୍ବରୁ ଆସାମରୁ ଫେରିଥିବା ସୂଚନା ଦିଆଯାଇଛି। ସେପରି ଜୟଦେବ ବିହାର ନୀଳଚକ୍ର ନଗର ଅଞ୍ଚଳରୁ ୧୮ ବର୍ଷୀୟ ଯୁବତୀ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଚାଲିଛି।
ତେବେ ହୋମ୍ କ୍ବାରେଣ୍ଟାଇନ୍ରେ ଥିବା ୮ଜଣ ସଂକ୍ରମିତଙ୍କ ମଧ୍ୟରୁ ଟଙ୍କପାଣି ରୋଡ୍ ରାଜାରାଣୀ ମନ୍ଦିର ନିକଟରୁ ୨ଜଣ ପୁରୁଷ ଓ ଜଣେ ମହିଳା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତାଙ୍କ ବୟସ ଯଥାକ୍ରମେ ୨୪ ଓ ୩୨ ବର୍ଷୀୟ ପୁରୁଷ ହୋଇଥିବା ବେଳେ ୨୮ ବର୍ଷିୟ ମହିଳା ଆକ୍ରାନ୍ତ ରହିଛନ୍ତି। ସଂପୃକ୍ତ ଆକ୍ରାନ୍ତ ମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ଟଙ୍କପାଣି ବିଜୟଲକ୍ଷ୍ମୀ କଲୋନୀରୁ ଜଣେ ୪୪ ବର୍ଷୀୟ ପୁରୁଷ ଓ ୩୦ ବର୍ଷୀୟ ଜଣେ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସାମନ୍ତାପୁର ନୂଆଗାଁ ଅଞ୍ଚଳରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୩୦ ଓ ୩୨ ବୟସ ଅଟେ। ସେ ନିକଟରେ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ୟୁନିଟ୍-୧ ହାଇସ୍କୁଲ ଅଞ୍ଚଳରୁ ଜଣେ ୨୫ ବର୍ଷୀୟ ଯୁବକ ପଜିଟିଭ ହୋଇଥିବା ବେଳେ ସେ କିଛି ଦିନ ପୂର୍ବରୁ ବାଙ୍ଗାଲୁରୁ ଫେରିଥିବା ସୂଚନା ମିଳିଛି।
ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲର ୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୫ ମହିଳା ଆକ୍ରାନ୍ତ ଥିବା ବେଳେ ୩ ଜଣ ପୁରୁଷ ଆକ୍ରାନ୍ତ ରହିଛନ୍ତିି। ସେହିଭଳି କଳିଙ୍ଗଷ୍ଟୁଡିଓ ଭରତପୁର ଅଞ୍ଚଳରୁ ଜଣେ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତିି।

Related Posts

Seo wordpress plugin by www.seowizard.org.