Odisha News

ଭୁକଂପରେ ଥରିଲା ଆଫଗାନିସ୍ତାନ,୧୦୦୦କୁ ବୃଦ୍ଧି

କାବୁଲ,୨୨/୬: ବୁଧବାର ଦିନ ସକାଳେ ଆଫଗାନିସ୍ତାନ ପୂର୍ବାଞ୍ଚଳରେ ସଂଘଠିତ ହୋଇଥିବା ଭୂମିକମ୍ପ ଯୋଗୁଁ ମୃତ୍ୟସଂଖ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି ଜ୍ଝ ବର୍ତ୍ତମାନ ମୃତକଙ୍କ ସଂଖ୍ୟା ୧୦୦୦ରେ ପହଞ୍ଚିଥିବାବେଳେ ୧୫୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି ଜ୍ଝ ରିକ୍ଟର ସ୍କେଲରେ ଭୂକମ୍ପର ମାତ୍ରା ୬.୧ ଥିଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି ଜ୍ଝ ବଡ କଥା ଯେ ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରେ ଅନେକ ବିଦେଶୀ ଉଦ୍ଧାରକାରୀ ସଂସ୍ଥା ଦେଶ ଛାଡି ଚାଲିଯାଇଥିବାରୁ ଏଭଳି ପରିସ୍ଥିତିରେ ରିଲିଫ ଏବଂ ଉଦ୍ଧାର କାର‌୍ୟ୍ୟ ମଧ୍ୟ ହୋଇପାରୁନାହିଁ। ଦକ୍ଷିଣପୂର୍ବ ଆଫଗାନିସ୍ତାନର ଖୋସ୍ତ ନଗରୀଠାରୁ ୪୪ କିଲୋମିଟର୍ ଦୂରରେ ସଂଘଠିତ ଏହି ଭୂମିକମ୍ପ ଭୂଗର୍ଭର ୫୧ କିଲୋମିଟର୍ ଅଭ୍ୟନ୍ତରରେ ଉତ୍ପତ୍ତି ହୋଇଥିଲା।

Related Posts

Seo wordpress plugin by www.seowizard.org.