Odisha News

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଶଗଡ଼ା ବନାଞ୍ଚଳ ଫରେଷ୍ଟର ଯୋଗେନ୍ଦ୍ର ମାଝୀ

ଭବାନୀପାଟଣା, ୧୩/୯: ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଦକ୍ଷିଣ ବନଖଣ୍ଡ ଶଗଡ଼ା ରେଞ୍ଜର ଫରେଷ୍ଟର ଯୋଗେନ୍ଦ୍ର ମାଝି। ତାଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଜବତ ହେବା ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ପଚରାଉଚରା କରୁଛି।
ଗତକାଲି ବିଳମ୍ବିତ ରାତିରେ ଯୋଗେନ୍ଦ୍ର ୨ ଲକ୍ଷ ଟଙ୍କା ନେଇ ବାଇକ୍ରେ ଘରକୁ ଫେରୁଥିଲେ। ଫରେଷ୍ଟର ଟଙ୍କା ନେଇ ଯାଉଥିବା ଭିଜିଲାନ୍ସ ଟିମ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଭବାନୀପାଟଣା ଇରିଗଗ୍ରେସନ କଲୋନୀ ଛକଠାରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଭିଜିଲାନ୍ସ କର୍ମଚାରୀ ଛକି ରହିଥିଲେ।
ଯୋଗେନ୍ଦ୍ର ଇରିଗ୍ରେସନ କଲୋନୀ ଛକରେ ପହଞ୍ଚିବା ପରେ ସେମାନେ ତାଙ୍କୁ ଅଟକାଇଥିଲେ। ଯୋଗେନ୍ଦ୍ରଙ୍କୁ ପଚରାଉଚରା କରିବା ପରେ ତାଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍। ପରେ ତାଙ୍କୁ ଭବାନୀପାଟଣା ଆଣି ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍। ଯୋଗେନ୍ଦ୍ର ଏତେ ଟଙ୍କା କେଉଁଠି ଆଣିଲେ, କ’ଣ ପାଇଁ ଏତେ ଟଙ୍କା ନେଇ ଘରକୁ ଯାଉଥିଲେ ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀ ତାଙ୍କୁ ପଚରାଉଚରା କରୁଛନ୍ତି।
ଇରିଗଗ୍ରେସନ କଲୋନୀ ଛକରେ ଯୋଗେନ୍ଦ୍ରଙ୍କ ପରିବାର ଭଡ଼ାରେ ରହୁଛନ୍ତି। ଗତକାଲି ରାତିରେ ଫରେଷ୍ଟର ଟଙ୍କା ନେଇ ଘରକୁ ଯାଉଥିଲେ।

Related Posts

Seo wordpress plugin by www.seowizard.org.