Odisha News

ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍

ନୂଆପଡ଼ା,୨/୨: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଆଜି ସକାଳୁ ସକାଳୁ ହୋଇଛି ଭିଜିଲାନ୍ସ ରେଡ୍ । କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଓ୍ୱାରେଣ୍ଟ ବଳରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଉଛି । ଚଢ଼ାଉ ବେଳେ ଅଚଳାଚଳ ସମ୍ପତ୍ତି ସହ ୪୯୮ ଗ୍ରାମର ସୁନା ଅଳଙ୍କାର ଓ ୨.୫ କିଲୋଗ୍ରାମ ଓଜନର ରୁପା ଅଳଙ୍କାର ମଧ୍ୟ ଠାବ ହୋଇଛି । ଚଢ଼ଉ ଜାରି ରହିଥିବାରୁ ସଂପତ୍ତିର ଆକଳନ କରାଯାଇ ନାହିଁ ।
ସୂଚନାଯୋଗ୍ୟ, ରତ୍ନାକରଙ୍କ ନାଁରେ ପୂର୍ବରୁ ବହୁ ଥର ଅଭିଯୋଗ ହୋଇଥିବା ବେଳେ ଆଜି ସକାଳୁ ସକାଳୁ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଉଛି । କଟକ ମଧୁପାଟଣା ବାଲିସାହିରେ ଥିବା ରତ୍ନାକରଙ୍କ ବାସଭବନ, ଚାଉଳିଆଗଞ୍ଜରେ ଥିବା ତିନି ମହଲା ବିଶିଷ୍ଟ ଘର, କଟକ ବାଲିସାହିରେ ଥିବା ନଟରାଜ କଲ୍ୟାଣ ମଣ୍ଡପ, ଚୌଦ୍ୱାର ଓରଣ୍ଡାରେ ଥିବା ୩ ଏକର ଜମି, ନୂଆପଡ଼ା ସ୍ଥିତ ସରକାରୀ କାର‌୍ୟ୍ୟାଳୟ, ନୂଆପଡ଼ାର ଭଡ଼ାଘରରେ ଚଢ଼ଉ କରାଯାଇଛି ।
ଏହି ଚଢ଼ଉରେ ୬ ଜଣ ଭିଜିଲାନ୍ସ ଡିଏସ୍ପି, ୧୨ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଚଢ଼ାଉ ସରି ନ ଥିବାରୁ କେତେ ପରିମାଣର ଆୟ ବହିଭୂତ ସମ୍ପତ୍ତି ଠୁଳ ହୋଇଛି ତାହା ଜଣାପଡ଼ିନି।

Related Posts

Seo wordpress plugin by www.seowizard.org.