Odisha News

ଭିଜିଲାନ୍ସ ଜାଲରେ ବୌଦ୍ଧ ଆର୍‌ଟିଓ

ବୌଦ୍ଧ,୧୫/୨ : ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବସନ୍ତଙ୍କ ଘର ସମେତ ୧୦ଟି ସ୍ଥାନରେ ଏହି ଚଢ଼ଉ ଚାଲିଛି।
ଭୁବନେଶ୍ୱର, ବୌଦ୍ଧ ଥିବା ଭଡ଼ା ଘର ଓ ଅଫିସସ, ଗଞ୍ଜାମ ଜିଲ୍ଲାରେ ଥିବା ପୈତୃକ ଘର , ବ୍ରହ୍ମପୁର ଓ ଭଂଜନଗର ସମେତ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି।
ବସନ୍ତ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ୬ମାସ ତଳେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘରେ ଚଢ଼ାଉ କରାଯାଇଛି।

Related Posts

Seo wordpress plugin by www.seowizard.org.