Odisha News

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ, ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ

ରାଉରକେଲା, ୨୬/୮: ଜଣେ ଛାତ୍ରୀଙ୍କୁ ଅସଲି ବୋର୍ଡ ସାର୍ଟିଫିକେଟ, ମାର୍କସିଟ୍ ଓ ସ୍କୁଲ ଲିଭିଂ ସାର୍ଟିଫିକେଟ ଦେବା ପାଇଁ ୧୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସୁନ୍ଦରଗଡ଼ ଜିଲ୍ଲା କୁମଝରିଆ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୀତ ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପଧାନଶିକ୍ଷକ ସଂଜୟ ସାମଲ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଶ୍ରୀ ସାମଲ ଏହି ଅଞ୍ଚଳର ଜଣେ ଗରିବ ଲୋକଙ୍କର ଝିଅଙ୍କ ପାଇଁ ଅସଲି ବୋର୍ଡ ସାର୍ଟିଫିକେଟ, ମାର୍କସିଟ୍ ଓ ସ୍କୁଲ ଲିଭିଂ ସାର୍ଟିଫିକେଟ ବାହାର କରିଦେବା ପାଇଁ ୧୨,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ବ୍ୟକ୍ତି ଜଣକ ଏବାବଦରେ ଭିଜିଲାନ୍ସ କାର୍ଯ୍ୟାଳୟରେ ଅବଗତ କରିଥିଲେ।
ଏହା ପରେ ଶ୍ରୀ ସାମଲଙ୍କୁ ଧରିବା ପାଇଁ ଯୋଜନା ହୋଇଥିଲା। ଆଜି ପୂର୍ବାହ୍ନରେ ଶ୍ରୀ ସାମଲ ୧୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅତର୍କିତ ଚଢ଼ଉ କରିଥିଲେ। ଶ୍ରୀ ସାମଲଙ୍କ ପାଖରେ ରଙ୍ଗବୋଳା ଟଙ୍କା ଜବତ ହୋଇଥିଲା। ଏନେଇ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

Related Posts

Seo wordpress plugin by www.seowizard.org.