Odisha News

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବସ୍, ୨୦ ଆହତ

ଖୋର୍ଦ୍ଧା:୩/୭ : ରାସ୍ତାକଡ଼କୁ ଖସିଲା ଯାତ୍ରାବାହୀ ବସ୍ । ଖୋର୍ଦ୍ଧା-ବାଘମାରୀ ସିମୋର ରାସ୍ତାରେ ବସ ଭାରସାମ୍ୟ ହରାଇ ରାସ୍ତାକଡ଼ରୁ ଖସିପଡିଛି ।
ଯାହାଫଳରେ ବସ୍ରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ୨୦ ରୁ ଅଧିକ ଯାତ୍ରୀ ନେଇ ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ବେଳେ ଘରୋଇ ବସ୍ ଲିଙ୍ଗରାଜ । ହେଲେ ଖୋର୍ଦ୍ଧା ସିମୋର ଛକ ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିଯାଇଥିଲା । ଯାହାଫଳରେ କି ଗାଡିରେ ଥିବା ଯାତ୍ରୀମାନେ ଫସିରହିଥିଲେ ।
ସ୍ଥାନୀୟଲୋକେ ଏହା ଦେଖି ତୁରନ୍ତ ବସ୍ରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Related Posts

Seo wordpress plugin by www.seowizard.org.